ଭୁବନେଶ୍ୱର : ଆଡି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ଅପରାହ୍ନ ସାଢେ ୧ଟାରେ ଭୁବନେଶ୍ୱରରେ ପହଁଚିବେ । ସ୍ୱତନ୍ତ୍ର ହେଲିକପ୍ଟରରେ ନୟାଗଡ ଯିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ନୀଳମାଧବ ମନ୍ଦିର ଗସ୍ତ କରିବେ। ସେଠାରେ ପୂଜା କରିବା ପରେ ଅନ୍ୟ କାର୍ୟ୍ୟକ୍ରମରେ ଯୋଗଦେବେ। କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ କରିବା ପରେ ଜଗନ୍ନାଥ ସଂସ୍କୃତିର ମୂଳପୀଠ ତଥା ଭାପୁର ବ୍ଲକ ଅଧୀନ କାଳିଆପଲ୍ଲୀ ଜଙ୍ଗଲ ମଧ୍ୟରେ ଶବର ରାଜା ବିଶ୍ବାବସୁ ଓ ଲଲିତାଙ୍କ ଜନ୍ମମାଟି ପରିଦର୍ଶନ କରିବେ। ଏହାପରେ କାଳିଆପଲ୍ଲୀ ଗ୍ରାମରେ ଥିବା ଶବର ରାଜା ବିଶ୍ବାବସୁଙ୍କ ପୀଠ ପରିଦର୍ଶନ କରିବା ସହ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି କାର୍ୟ୍ୟକ୍ରମରେ ଯୋଗଦେବେ। ଶେଷରେ ବିଶ୍ବାବସୁ ଶବର ସମାଜ ଦ୍ବାରା ଆୟୋଜିତ ସାଧାରଣ ସଭାରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥା, ଅସ୍ଥାୟୀ ହେଲିପ୍ୟାଡ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ନୟାଗଡ଼ ଜିଲାପାଳ ଓ ଏସ୍ପି।
ଓଡିଶା ଆସୁଛନ୍ତି ରାଷ୍ଟ୍ରପତି

Facebook
Twitter
LinkedIn
Facebook
Twitter
LinkedIn
Recent News
କରୁର ଦଳାଚକଟା ; ତଦନ୍ତ କରିବ ସିବିଆଇ
ତାମିଲନାଡୁ : ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ମାମଲାର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର...
ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ
ନୂଆଦିଲ୍ଲୀ : ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ ପଦକ୍ଷେପ । ଇସ୍ରାଏଲ-ଗାଜା...
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ
ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...
ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା !
ଭୁବନେଶ୍ୱର : ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ । ଡ୍ୟୁଟି ଆସିବା ବେଳେ ଲ୍ୟାବ ଆସିଷ୍ଟାଣ୍ଟଙ୍କୁ ଗୁଳିମାଡ । ରଣସିଂପୁରରେ ଗୋଡାଇ ଗୋଡାଇ...