ଭୁବନେଶ୍ୱର : ୪୩ ଲକ୍ଷର ସରକାରୀ ଅର୍ଥରେ କ୍ରିକେଟ ବେଟିଂ କରି ପିଇଓ ଗିରଫ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପିଇଓ ଗିରଫ । ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଅର୍ଥରେ ବେଟିଂ କରିବା ଗେମିଂ ଆପ୍ରେ ଖେଳିବା ଅଭିଯୋଗରେ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଧୀନ ରାଧାଦେଇପୁର ପଞ୍ଚାୟତର ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ସେ କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତରେ ଟଙ୍କା ହଡ଼ପ କରିଥିଲେ। ସରକାରୀ ଟଙ୍କା ହଡ଼ପ କରି କ୍ରିକେଟ୍ ଓ ଗେମିଂ ଆପ୍ରେ ବେଟିଂ କରୁଥିଲେ। ସେ କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତ ମାଧ୍ୟମରେ ପଞ୍ଚାୟତର ସିଏଫ୍ସି, ଏସ୍ଏଫ୍ସି, ପିଡିଏସ୍ ଏବଂ ଓଏପି ଆକାଉଣ୍ଟସ୍ରୁ ୪୩,୦୧,୬୪୦ ଟଙ୍କା କୌଶଳ କ୍ରମେ ହଡ଼ପ କରି ନେଇଥିଲେ। ସରକାରୀ ଟଙ୍କାକୁ ଶ୍ରୀ ନାୟକ ହଡ଼ପ କରି କ୍ରିକେଟ୍ ବେଟିଂ କରୁଥିଲେ। ସେହିପରି ସେ ବିଭିନ୍ନ ପ୍ରକାରର ଗେମିଂ ଆପ୍ରେ ମଧ୍ୟ ଖେଳୁ ଥିଲେ। ତେବେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ ହେଲା ପରେ ଘଟଣାର ତଦନ୍ତ କରାଯାଇଥିଲା। ମାମଲାର ତଦନ୍ତ ଆଧାରରେ ଭିଜିଲାନ୍ସ ବିଭାଗ ଅଭିଯୁକ୍ତ କ୍ଷେତ୍ରମୋହନ ନାୟକଙ୍କୁ ଗିରଫ କରିଛି।
ସରକାରୀ ଅର୍ଥରେ ବେଟିଂ : ପିଇଓ ଗିରଫ

Facebook
Twitter
LinkedIn
Facebook
Twitter
LinkedIn
Recent News
ମାସେ ଧରି ନାବାଳିକାକୁ ଗଣଦୁଷ୍କର୍ମ ! ୩ ଜଣ ଗିରଫ
ଉଦଳା : ଖୁଣ୍ଟା ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ଭିନ୍ନ ଭିନ୍ନ ସ୍ଥାନରେ ୩ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ । ଅସୁସ୍ଥ ହେବାରୁ...
ଘରେ ଜଳିଗଲେ ଯୁବତୀ : ଏଏସଆଇଙ୍କୁ ବଦଳି
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇରେ ଘର ଭିତରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣା । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି । ଏଏସଆଇଙ୍କୁ...
ମହିଳାଙ୍କୁ ଦୁଷ୍କର୍ମ ସହ ମାଡ !
ଜଗତସିଂହପୁର : ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ସହ ମାଡ ଅଭିଯୋଗ । ଛେଳି ଚରାଇ ଫେରୁଥିବା ବେଳେ ରଘୁନାଥ ପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଦୁଷ୍କର୍ମ...
ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ । ଖଣ୍ଡପଡାଗଡର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ । ଭୁବନେଶ୍ୱରର ଏକ ଘରୋଇ...