ଭୁବନେଶ୍ୱର : ୪୩ ଲକ୍ଷର ସରକାରୀ ଅର୍ଥରେ କ୍ରିକେଟ ବେଟିଂ କରି ପିଇଓ ଗିରଫ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପିଇଓ ଗିରଫ । ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଅର୍ଥରେ ବେଟିଂ କରିବା ଗେମିଂ ଆପ୍ରେ ଖେଳିବା ଅଭିଯୋଗରେ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଧୀନ ରାଧାଦେଇପୁର ପଞ୍ଚାୟତର ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ସେ କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତରେ ଟଙ୍କା ହଡ଼ପ କରିଥିଲେ। ସରକାରୀ ଟଙ୍କା ହଡ଼ପ କରି କ୍ରିକେଟ୍ ଓ ଗେମିଂ ଆପ୍ରେ ବେଟିଂ କରୁଥିଲେ। ସେ କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତ ମାଧ୍ୟମରେ ପଞ୍ଚାୟତର ସିଏଫ୍ସି, ଏସ୍ଏଫ୍ସି, ପିଡିଏସ୍ ଏବଂ ଓଏପି ଆକାଉଣ୍ଟସ୍ରୁ ୪୩,୦୧,୬୪୦ ଟଙ୍କା କୌଶଳ କ୍ରମେ ହଡ଼ପ କରି ନେଇଥିଲେ। ସରକାରୀ ଟଙ୍କାକୁ ଶ୍ରୀ ନାୟକ ହଡ଼ପ କରି କ୍ରିକେଟ୍ ବେଟିଂ କରୁଥିଲେ। ସେହିପରି ସେ ବିଭିନ୍ନ ପ୍ରକାରର ଗେମିଂ ଆପ୍ରେ ମଧ୍ୟ ଖେଳୁ ଥିଲେ। ତେବେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ ହେଲା ପରେ ଘଟଣାର ତଦନ୍ତ କରାଯାଇଥିଲା। ମାମଲାର ତଦନ୍ତ ଆଧାରରେ ଭିଜିଲାନ୍ସ ବିଭାଗ ଅଭିଯୁକ୍ତ କ୍ଷେତ୍ରମୋହନ ନାୟକଙ୍କୁ ଗିରଫ କରିଛି।
ସରକାରୀ ଅର୍ଥରେ ବେଟିଂ : ପିଇଓ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











