The Ultimate Managed Hosting Platform
ADVERTISEMENT

ଚାକିରି ନାଁରେ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ

Facebook
Twitter
LinkedIn

ଉଦଳା : ଚାକିରି ନାଁରେ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ । ୩ ଜଣ ଠକଙ୍କୁ ଗିରଫ କଲା ଖୁଣ୍ଟା ଥାନା ପୋଲିସ । ସରକାରୀ ଚାକିରି ଦେବା ନାଁ ରେ ଠକୁଥିଲେ ୩ ଯୁବକ । ୨୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ । ବିଭିନ୍ନ ଅଞ୍ଚଳରେ ୧୫ରୁ ଅଧିକ ଯୁବକଙ୍କୁ ଠକିଥିବା ଅଭିଯୋଗ । ବରିଷ୍ଠ ଆଇଏଏସଙ୍କ ନାଁ ନେଇ ଯୁବକଙ୍କୁ ଲଗାଉଥିଲେ ଚୂନ । ରାଟପୁର ସ୍କୁଲର ସହକାରୀ ଶିକ୍ଷକ ମନୋଜ ଆଚାର୍ୟ୍ୟ ସରକାରୀ ଚାକିରୀ କରାଇ ଦେବାକୁ କହି ଲକ୍ଷ ଲକ୍ଷ ଠକି ଆସୁଥିଲେ। ଏନେଇ ଗତ ଡିସେମ୍ବରରେ ଅଭିଯୋଗ ଆଣିଥିଲେ ଖୁଣ୍ଟା ବ୍ଲକର କାର୍ୟ୍ୟରତ ଏବିଇଓଙ୍କ ପୁତୁରା । ଜିଆରଏସ ଚାକିରି କରାଇଦେବା ନାଁରେ ୧ ଲକ୍ଷ ୩୦ ହଜାର ଟଙ୍କା ଆଗୁଆ ନେଇଥିଲେ ଏବଂ ଚାକିରି ପରେ ବାକି ୪୦ ହଜାର ଟଙ୍କା ନେଇଥାନ୍ତେ । କିନ୍ତୁ ଚାକିରି ହେଲାନାହିଁ । ଆଉ ଟଙ୍କା ଫେରସ୍ତ ପାଇଁ ଧରାଛୁଆଁ ଦେଲେ ନାହିଁ ଶିକ୍ଷକ ମନୋଜ ଆଚାର୍ୟ୍ୟ । ଏନେଇ ଥାନାରେ ଏବିଇଓ ଅଭିଯୋଗ କରିବା ପରେ ଗତକାଲି ରାତିରେ ଠକେଇ ଘଟଣାରେ ଶିକ୍ଷକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଉଦଳା, ଖୁଣ୍ଟା, ବାରିପଦା ଏବଂ ଝାରପୋଖରୀଆ ଥାନା ଅଞ୍ଚଳରୁ ପ୍ରାୟ ୧୫ ରୁ ଅଧିକ ଯୁବକ ଠକାମୀର ଶିକାର ହୋଇଥିବା ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login