ଭୁବନେଶ୍ୱର : ବିଧାନସଭାରେ ହୁଇସିଲ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ଗୃହ ମଧ୍ୟଭାଗରେ ନାରାବାଜି । ମହିଳା ନିର୍ୟାତନା ପ୍ରସଙ୍ଗକୁ ନେଇ ହୋହାଲ୍ଲା । ପ୍ରଶ୍ନକାଳରେ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ କଂଗ୍ରେସ ସଦସ୍ୟମାନେ ହୁଇସିଲ ବଜାଇ ପ୍ରତିବାଦ ଜଣାଇଥିଲେ । ହୁଇସିଲ ବଜାଇବାରୁ ବିରତ ରହିବାକୁ ବାଚସ୍ପତି ସୁରମା ପାଢ଼ୀ ନିବେଦନ କରିଥିଲେ । ତେବେ କଂଗ୍ରେସ ବିଧାୟକମାନେ ଏଥିରୁ ନିବୃତ୍ତ ରହିନଥିଲେ । ନାରୀ ସୁରକ୍ଷା ପ୍ରସଙ୍ଗରେ ହଟ୍ଟଗୋଳ କରିବା ସହ ଏହି ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ଦାବି ଜଣାଇଥିଲେ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ କାର୍ୟ୍ୟ ସମ୍ଭବ ହୋଇନଥିଲା ।
Views: 40