The Ultimate Managed Hosting Platform
ADVERTISEMENT

ନବଙ୍କ ଇସିଜି ରିପୋର୍ଟ ଗାୟବ !

Facebook
Twitter
LinkedIn

ଭୁବନେଶ୍ୱର : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାରେ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ନବଙ୍କୁ ଗୁଳି ପରେ ହୋଇଥିବା ଇସିଜି ରିପୋର୍ଟ ଗାୟବ ହୋଇଥିବା ନେଇ ସୂଚନା ମିଳିଛି । ସୂଚନା ଦେଲେ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ । ନବ ଦାସଙ୍କ ଇସିଜି କାହିଁକି କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ା କୋର୍ଟରେ ଦାଖଲ କରାଯାଇନାହିଁ ଚର୍ଚ୍ଚା ହେଉଛି। କେବଳ ଆଉଟ ଡୋର ଟିକେଟ ଓ ଇଞ୍ଜୁରୀ ରିପୋର୍ଟ ଦାଖଲ ହୋଇଥିବା ବେଳେ ଜାଣିଶୁଣି ଇସିଜି ରିପୋର୍ଟକୁ ଗାୟବ କରାଯାଇଥିବା ସନ୍ଦେହ ହେଉଛି। ପୂର୍ବରୁ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ନବ ଦାସଙ୍କ ଚିକିତ୍ସା ସମ୍ପର୍କିତ ରିପୋର୍ଟ ସହ ଇଞ୍ଜୁରୀ ରିପୋର୍ଟ ଦେବାକୁ ଝାରସୁଗୁଡା ସିଡ଼ିଏମଓକୁ ଚିଠି କରାଯାଇଥିଲା। ଅନ୍ୟପଟରେ ଇସିଜି ରିପୋର୍ଟ ଗାଏବ ଅଭିଯୋଗ ନେଇ ତଦନ୍ତକାରୀ ସଂସ୍ଥାର ପ୍ରତିକ୍ରିୟା ମିଳି ନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login