ଭୁବନେଶ୍ୱର : ପାନୀୟ ଜଳ କାମରେ ଠିକା କମ୍ପାନୀ ବିଳମ୍ବ କଲେ ହେବ ଏଫଆଇଆର । ଗୃହରେ ପାନୀୟ ଜଳ ମନ୍ତ୍ରୀ ରବି ନାୟକଙ୍କ ବଡ ବୟାନ । ଠିକ ସମୟରେ କାମ ନ କଲେ କମ୍ପାନୀକୁ ବ୍ଲାକ ଲିଷ୍ଟ କରିବୁ । ମାର୍ଚ୍ଚ ୨୭ ସୁଦ୍ଧା ୭୨ଟି ପ୍ରକଳ୍ପ ହେବାର ଥିଲା, ୫୨ଟି ଶେଷ ହୋଇଛୁ । ଜୁନ୍ ସୁଦ୍ଧା ୭୨ଟି ସାରିବାକୁ ଲକ୍ଷ୍ୟ ରଖିଛୁ । ୨୦୨୬ ସୁଦ୍ଧା ଆଉ ୪୦ଟି ପ୍ରକଳ୍ପ ସାରିବୁ । ପାହାଡ଼ିଆ ଅଞ୍ଚଳର ଲୋକ ଯେମିତି ପାଣି ପାଇବେ ସେ ନେଇ ବିଭାଗ କାମ କରୁଛି । ରାଜ୍ୟରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା । ପ୍ରକଳ୍ପ ଧିମା ଗତିରେ ଚାଲୁଥିବା କହି କେବେ ପ୍ରତି ଘରକୁ ପାଇପ ଯୋଗେ ପାଣି ପହଞ୍ଚିବ ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରମେଶ ବେହେରା ।
Views: 26