ମାଲକାନଗିରି : ପନିର ଖାଇ ୨୨ ଅସୁସ୍ଥ । ସେମାନଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୩ ରୁ ୪ ଜଣ ବର୍ତ୍ତମାନ ସୁସ୍ଥ ଥିବା ବେଳେ ଏବେ ମଧ୍ୟ ୧୭ ରୁ ୧୮ ଜଣ ଚିକିତ୍ସାଧୀନ ଅଛନ୍ତି ।ମାଲକାନଗିରି ଜିଲ୍ଲା ସଦର ମହକୁମା ଜୟପୁରିୟା ଗୁଡ଼ା କଲୋନୀ ଠାରେ ବିଷାକ୍ତ ପନିର ଖାଇ ଗୋଟିଏ ପରିବାରର ଅସୁସ୍ଥ ହୋଇ ପଡିଥିବା ଅଭିଯୋଗ ହୋଇଛି । ଗତ ଏଗାର ତାରିଖ ଦିନ ମାଲକାନଗିରି ସହରରେ ବଡ଼ଠାକୁରଙ୍କ ଯାତ୍ରା ପର୍ବ ଚାଲୁଥିଲା। ଜୟପୁରିୟା ଗୁଡ଼ା ସ୍ଥିତ କୋପେ ପରିବାରଙ୍କ ଘରେ, ବଡ଼ଯାତ୍ରାକୁ ଦେଖିବାକୁ ସଂପର୍କୀୟ ଆସିଥିଲେ। ସମସ୍ତଙ୍କ ପାଇଁ ମାଲକାନଗିରି ସ୍ଥିତ ସୁବାଷ ଛକ ସ୍ଥିତ ଏକ ଓମଫେଡ ଦୋକାନରୁ ପନିର ଆଣି ରୋଷେଇ କରାଯାଇଥିଲା। ସମସ୍ତେ ପନିର ଖାଇ ଅସୁସ୍ଥ ହୋଇ ପଡିଥିଲେ। କାହାର ବାନ୍ତି ତ ଆଉ କାହାର ପେଟ ବ୍ୟଥା ହୋଇଥିଲା। ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଡାକ୍ତର ପ୍ରଫୁଲ୍ଲ କୁମାର ବେହେରା କହିଛନ୍ତି। କାହିଁକି ପନିର ଖାଇ ଏଭଳି ଘଟଣା ଘଟିଛି ତାହା ଏପର୍ୟ୍ୟନ୍ତ ଅସ୍ପଷ୍ଟ ରହିଛି।
ପନିର ଖାଇ ୨୨ ଜଣ ଅସୁସ୍ଥ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











