The Ultimate Managed Hosting Platform
ADVERTISEMENT

ଦୁଇଟି ଗାଡିକୁ ପିଟିଲା ଗ୍ୟାସ ଟ୍ୟାଙ୍କର, ୭ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଗ୍ୟାସ ଟ୍ୟାଙ୍କର ଦୁଇଟି ଚାରିଚକିଆ ଗାଡିକୁ ଧକ୍କା ଦେବାରୁ ୭ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣାରେ ୩ ଜଣ ଲୋକ ଆହତ ହୋଇଥିବା ଜଣାପଡିଛି । ଏମାନଙ୍କୁ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଫସି ରହିଥିବା ଲୋକମାନଙ୍କୁ କ୍ରେନ୍ ସାହାଯ୍ୟରେ ଗାଡ଼ିରୁ ବାହାର କରାଯାଇଛି । ପୋଲିସର ସୂଚନା ମୁତାବକ, ବୁଧବାର ରାତି ପ୍ରାୟ ୧୧ଟାରେ ଏହି ଦୁର୍ଘଟଣା ଘଟିଛି । ବଦନାୱର-ଉଜ୍ଜୈନ ରାଜପଥର ବାମନସୁତା ଗାଁ ନିକଟରେ ଏକ ରାସ୍ତାରେ ଭୁଲ ଦିଗରୁ ଏକ ପେଟ୍ରୋଲ ଟ୍ୟାଙ୍କର ଆସୁଥିଲା । ଏହି ସମୟରେ ଟ୍ୟାଙ୍କରଟି ବିପରୀତ ଦିଗରୁ ଆସୁଥିବା ଏକ କାର ଏବଂ ଏକ ଜିପ୍ କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login