The Ultimate Managed Hosting Platform
ADVERTISEMENT

ଶାନ୍ତି ଶୃଙ୍ଖଳାର ସହ ପ୍ରସିଦ୍ଧ ଅରିଲୋ ଦୋଳ ମେଳଣ ଶେଷ

Facebook
Twitter
LinkedIn

କଟକ (ଅମୂଲ୍ୟ କୁମାର ବାରିକ): କଟକ ସଦର ଥାନା ମହିଧରପଡା ନିକଟସ୍ଥ ଅରିଲୋ ଗ୍ରାମର ଶ୍ରୀଶ୍ରୀ ଜନାର୍ଦ୍ଦନ ଦେବଙ୍କ ପୀଠରେ ପାରମ୍ପରିକ ଫାଲଗୁନ ତ୍ରୟୋଦଶୀ ମେଳଣ ବୁଧବାର ମଧ୍ୟରାତ୍ରରୁ ଆରମ୍ଭ ହୋଇ ଶୁକ୍ରବାର ଚତୁର୍ଦ୍ଦଶୀ ସକାଳ ଦଶଟାରେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି । ଯାତ୍ରା ଆରମ୍ଭ ହେବା ପୂର୍ବରୁ ଅରିଲୋ ଗ୍ରାମର ଯୁଗଳକିଶୋର ଦେବ ରାତି ସାଢ଼େ ୧୧ ସମୟରେ ଶୋଭାଯାତ୍ରାରେ ଆସି ଜନାର୍ଦ୍ଦନ ଦେବଙ୍କୁ ମେଳଣ କାର୍ୟ୍ୟ ଆରି କରିବା ସହିତ ଶୋଭାଯାତ୍ରାରେ ମେଳଣ ପଡିଆକୁ ଆସିବା ପାଇଁ ନିମନ୍ତ୍ରଣ କରି ଫେରିଯାଇ ଗ୍ରାମ ମୁଣ୍ଡ ବଉଳ ଗଛ ମୂଳେ ବସି ସମସ୍ତ ବିମାନ ମେଳଣ ପଡିଆକୁ ଯିବା ପର୍ୟ୍ୟନ୍ତ ଅପେକ୍ଷା କରିଥାନ୍ତି ।

ମହିଧରପଡା ଏବଂ ଅରଡିଆପଦା ଗ୍ରାମର ଲକ୍ଷ୍ମୀନାରାୟଣ ଦେବ ଗୋପିନାଥ ଦେବ , ରାଧାମାଧବ ଦେବଙ୍କ ତିନୋଟି ବିମାନ ଆସି ଜନାର୍ଦ୍ଦନ ଦେବଙ୍କ ମନ୍ଦିର ଠାରୁ କିଛି ଦୂର ନଳିତାଗାଡ଼ିଆ ପାଖରେ ପହଞ୍ଚି ଜନାର୍ଦ୍ଦନ ଦେବଙ୍କ ପକ୍ଷରୁ ମେଳଣକୁ ଯିବାପାଇଁ ନିମୃ ଥାଳିକୁ ଅପେକ୍ଷା କରି ବସି ରହିଥିଲେ । ଜନାର୍ଦ୍ଦନଙ୍କ ନିମନ୍ତ୍ରଣ ଗଲାପରେ । ଉକ୍ତ ତିନି ଦୋଳ ବିମାନ ଶୋଭାଯାତ୍ରାରେ ଆସି ପୂର୍ବରୁ ହରି ହରି ଭେଟ ପାଇଁ ଅପେକ୍ଷା କରିଥିବା ଜନାର୍ଦ୍ଦନ ଦେବଙ୍କ ବିମାନ ସହିତ ହରିହରି ଭେଟ ହୋଇ ସାରିବା ପରେ ମଳଣ ପର୍ବ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଶାସୋଳ ଗ୍ରାମର ଦୋଳବିମାନ ଆସିବାରେ ବିଳମ୍ବ କରିବାରୁ ସରିଚୁଆଁ ଦୋଳ ବିମାନ ମେଳଣ ଶୋଭାଯାତ୍ରାରେ ନଯାଇ ଅପେକ୍ଷା କରି ରହିଥିଲା । ଯାହାଫଳରେ ଉକ୍ତ ଦୁଇ ବିମାନ ଯାଇ ନଥିବାରୁ ସେମାନଙ୍କ ପଛରେ ଥିବା ଆମଣ, ନଗରୀ ,ନାଗବାଲି,ଖଣ୍ଡେଏତା ଆଦି ଦୋଳ ବିମାନ ଶୋଭାଯାତ୍ରାରେ ଯାଇ ନପାରି ଦୀର୍ଘ ସମୟ ଅପେକ୍ଷା କରି ରହିଥିଲେ ।

ଶାସୋଳ ଦୋଳବିମାନ ସହିତ ଆସିଥିବା ଲୋକଙ୍କୁ ମେଳଣ ଶାନ୍ତି କମିଟିର କର୍ମକର୍ତ୍ତା ମାନେ ବୁଝାସୁଝା କରିବା ପରେ ଶାସୋଳ ଦୋଳବିମାନ ଆସି ସରିଚୁଆଁ ବିମାନ ସହିତ ମିଶି ମେଳଣ ଶୋଭାଯାତ୍ରାରେ ଯାଇଥିଲେ । ଏହି ମେଳଣରେ ପାରମ୍ପରିକ ବାଜା ସାଙ୍ଗକୁ ଘୋଡ଼ା, ଷଣ୍ଢ, ନାଗା ନୃତ୍ୟ , ଘଣ୍ଟ ବାଜାରେ ମେଳଣ ଶୋଭାଯାତ୍ରା କରାଯାଇଥିଲା । ଭୋର ହେବାରୁ ସମସ୍ତ ଦୋଳ ବିମାନ ମେଳଣ ପଡିଆରେ ପହଞ୍ଚି ନିଜ ନିଜ ସ୍ଥାନରେ ବସିଥିଲେ । ନଖରାର ଶ୍ରୀ ଲକ୍ଷେଶ୍ୱରଙ୍କ ଦୋଳ ବିମାନ ମେଳଣ ପଡିଆ ପରିକ୍ରମା କରି ଫେରିଯିବା ପରେ ସମସ୍ତ ଦୋଳବିମାନକୁ ଅରିଲୋ ଗ୍ରାମବାସୀଙ୍କ ପକ୍ଷରୁ ଭୋଗହାଣ୍ଡି ପ୍ରଦାନ କରାଯାଇଥିଲା ।

ଭୋଗହାଣ୍ଡି ପାଇ ସାରିବା ପରେ ବିମାନ ଗୁଡିକ ନିଜ ନିଜ ଗ୍ରାମକୁ ଫେରି ଯାଇଥିଲେ । ଏହି ମେଳଣକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ କଟକ କମିଶନରେଟ ପୋଲିସ ଯୋନ -୪ -ଏ ସି ପି ଅମିତାଭ ମହାପାତ୍ର, କଟକ ସଦର ଥାନା ଆଇଆଇସି ଓମ ପ୍ରକାଶ ମହାନ୍ତି, ଏସ ଆଇ – ପ୍ରଶାନ୍ତ ସାସମଲ , ବିକ୍ରମ ବେହେରା ,ଚିତ୍ତ ରଞ୍ଜନ ସାହୁ ,ସୁଶାନ୍ତ ସାହୁ, ଏ ଏସ ଆଇ ପ୍ରଶାନ୍ତ ପରିଡ଼ା, ଦାଶରଥି ଦଳାଇଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ମେଳ କାର୍ୟ୍ୟକୁ ସୁରୁଖୁରୁରେ ଶେଷ କରିଥିଲେ । ଏଥିରେ ଅରିଲୋ ମେଳଣ ଶାନ୍ତି କମିଟିର ସଭାପତି ସୁନ୍ଦର ପବିତ୍ର ଦାସ, କାର୍ୟ୍ୟକାରୀ ସଭାପତି ପର୍ଶୁରାମ ସେନାପତି ଙ୍କ ସମେତ ଶାନ୍ତି କମିଟିରସମସ୍ତ ସଦସ୍ୟ ଅରିଲୋ ଗ୍ରାମବାସୀ ସହଯୋଗ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login