ବ୍ୟୁରୋ : ଦେଶୀ ଘିଅ କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ପ୍ରକୃତରେ ଦେଶୀ ଘିଅ ଆପଣଙ୍କ ସ୍କିନ, କେଶ ଏବଂ ସ୍ୱାସ୍ଥ୍ୟ ପାଇଁ ବହୁତ ପ୍ରଭାବଶାଳୀ । କିନ୍ତୁ ଦେଶୀ ଘିଅର ସୌନ୍ଦର୍ୟ୍ୟ ଲାଭ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ତ୍ୱଚା ପାଇଁ ଘିଅର ଉପକାରିତା ବହୁତ ଲାଭଦାୟୀ ହୋଇଥାଏ । ମୁହଁରେ ଘିଅ ବ୍ୟବହାର କରିବାର ପଦ୍ଧତି ଅନେକ ଲୋକ ଜାଣି ନାହାଁନ୍ତି ତେଣୁ ସେମାନେ ଘିଅର ଲାଭ ବିଷୟରେ ଜାଣନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଘିଅ କିପରି ଆପଣଙ୍କ ସୁନ୍ଦର ତ୍ୱଚାର ରହସ୍ୟ ହୋଇପାରେ । ଶୁଷ୍କ ତ୍ୱଚା ଦୂର କରନ୍ତୁ: ଘିଅରେ ଏପରି ଗୁଣ ଅଛି ଯାହା ଆପଣଙ୍କ ତ୍ୱଚାର ଶୁଷ୍କତା ଦୂର କରିବା ସହିତ ତ୍ୱଚାକୁ ନରମ, ଉଜ୍ଜ୍ୱଳ ଏବଂ ସୁନ୍ଦର କରିବାରେ ମଧ୍ୟ ସାହାଯ୍ୟ କରେ । ଯଦି ଆପଣଙ୍କ ଚର୍ମ ପ୍ରାୟତଃ ଶୁଷ୍କ ହୋଇଯାଏ ତେବେ ଆପଣ ନିଜ ତ୍ୱଚାରେ ଘିଅ ବ୍ୟବହାର କରିପାରିବେ । ଏଥିପାଇଁ କିଛି ବୁନ୍ଦା ଘିଅ ନେଇ ଆପଣଙ୍କ ତ୍ୱଚାରେ ଲଗାନ୍ତୁ । ଏହାପରେ କିଛି ମିନିଟ୍ ପାଇଁ ଆପଣଙ୍କ ତ୍ୱଚାରେ ଘିଅ ମାଲିସ୍ କରନ୍ତୁ । ଯାହାଦ୍ୱାରା ଆପଣଙ୍କ ତ୍ୱଚା କୋମଳ ଏବଂ ସୁନ୍ଦର ଦେବ । ସେହିଭଳି ଘିଅ ଫାଟିଥିବା ଓଠକୁ ନରମ ଏବଂ ଚମକଦାର ମଧ୍ୟ କରିଥାଏ । ଯଦି ଆପଣଙ୍କ ଓଠ ଫାଟିଯାଏ ତେବେ ଆପଣ ପ୍ରତିଦିନ ଆପଣଙ୍କ ଓଠରେ ଘିଅକୁ ଲିପ୍ ବାମ୍ ଭାବରେ ବ୍ୟବହାର କରିପାରିବେ । ଏହା ଆପଣଙ୍କ ଓଠକୁ ମଇଶ୍ଚରାଇଜ୍ ରଖିବ ।
ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ ଦେଶୀ ଘିଅ..

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...