The Ultimate Managed Hosting Platform
ADVERTISEMENT

ରାଜ୍ୟ ସରକାରଙ୍କୁ ନବୀନଙ୍କ କଟାକ୍ଷ, ଦୈନିକ ୨୭ ଟଙ୍କାରେ ମା ମାନେ କରିବେ କଣ ?

Facebook
Twitter
LinkedIn

ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶଙ୍ଗ ଭବନରେ ବିଜେଡି ମହିଳା ଶାଖା ପକ୍ଷରୁ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା ବିରୋଧୀ ନୀତି ପାଇଁ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ଯୋଜନାକୁ ସମାଲୋଚନା କରି ସେ କହିଛନ୍ତି ଯେ, ଦୈନିକ ୨୭ ଟଙ୍କା ଦେଇ ସରକାର ବାହବା ନେବାକୁ ଉଦ୍ୟମ କରୁଛନ୍ତି । ଏହା ସହ ମହିଳାଙ୍କ ଉନ୍ନତି ପାଇଁ କାର୍ୟ୍ୟ କରିଥିବା ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ପାଳିତ ହୋଇ ଆସୁଥିବା ପଂଚାୟତିରାଜ ଦିବସକୁ ବାତିଲ କରି ସରକାର ବିଜୁ ପଟ୍ଟନାୟକଙ୍କ ଅପମାନ କରିଛନ୍ତି ବୋଲି ସେ କହିଛନ୍ତି । ସଂସଦ ଓ ରାଜ୍ୟ ବିଧାନସଭାରେ ମା’ ମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ପାଇଁ ବିଜେଡି ଦାବି କରୁଛି । ଡବଲ ଇଂଜିନ ସରକାର ମିଶନ ଶକ୍ତି ଭଳି ଲୋକପ୍ରିୟ କାର୍ୟ୍ୟକ୍ରମକୁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି । ସ୍ୱଭିମାନୀ ମା’ ମାନଙ୍କୁ ମିସଗାଇଡ୍ କରିବାକୁ ଚେଷ୍ଟା କରୁଛନ୍ତି । ପ୍ରଚାର ପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ମା ମାନଙ୍କୁ ଦୈନିକ ୨୭ ଟଙ୍କା ଦେଇ ବାହାଦୁରି ନେବାକୁ ଚେଷ୍ଟା କରୁଛନ୍ତି । ମା’ ମାନଙ୍କୁ ରାଜନୈତିକ ଅଧିକାର ଦେବା ବିଜେଡିର ଲକ୍ଷ୍ୟ । ଆପଣ ହେଉଛନ୍ତି ବିଜେଡିର ଆମ୍ବାସଡାର । ଲୋକଙ୍କୁ ସଚେତନ କରନ୍ତୁ । ମା ମାନଙ୍କୁ ମିସଗାଇଡ୍ କରିବାକୁ ହେଉଥିବା ଉଦ୍ୟମକୁ ବିରୋଧ କରନ୍ତୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login