ପୁରୀ : ୭ ଦିନ ଧରି ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି କାମ । ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ମରାମତି କାମ । ଆଗାମୀ ଦୋଳଯାତ୍ରା ଅବସରରେ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ସମ୍ପାଦନ ଦୃଷ୍ଟିରୁ ଛତିଶାନିଯୋଗର ପରାମର୍ଶକ୍ରମେ ଫଗୁ ଦଶମୀ (୯ ତାରିଖ ଠାରୁ ହୋଲି ଉତ୍ସବ ( ୧୫ ତାରିଖ) ପର୍ୟ୍ୟନ୍ତ ସାତ ଦିନ ଧରି ରତ୍ନଭଣ୍ଡାର ସଂରକ୍ଷଣ ତଥା ମରାମତି କାର୍ୟ୍ୟ ବନ୍ଦ ରହିବ। ପୁଣି ମାର୍ଚ୍ଚ ୧୭ରୁ ମରାମତି କାମ ଆରମ୍ଭ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
Views: 26