ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣାରେ ଶେଷ ହେଲା ପୁଞ୍ଜିଲାଲଙ୍କ ବୟାନ ରେକର୍ଡ । ତଦନ୍ତକାରୀ ସଂସ୍ଥାର ଦସ୍ତାବିଜ , ସାକ୍ଷୀଙ୍କ ତଥ୍ୟ ଆଧାରରେ ବୟାନ ରେକର୍ଡ ହୋଇଛି । ଅଭିଯୁକ୍ତ ପୁଞ୍ଜିଲାଲକୁ ଏଡିଜେ ୧୪୫ ପ୍ରଶ୍ନ ପଚାରିଥିବା ସୂଚନା ରହିଛି । ଅଧିକାଂଶ ପ୍ରଶ୍ନର ଉତ୍ତରରେ ପୁଞ୍ଜିଲାଲ ନା କହିଲେ । ଆସନ୍ତା ୧୩ରେ ପ୍ରତିପକ୍ଷଙ୍କ ବୟାନ ରେକର୍ଡ ପାଇଁ ପୁଞ୍ଜିଲାଲର ଅପିଲ । ୨୦୧୮ ଫେବ୍ରୁୟାରୀ ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ଆସିଥିବା ଏକ ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା । ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେ ମା’ଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗିର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରୀମାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।
ପାର୍ସଲ ବୋମା ବିସ୍ଫୋରଣ ;ପୁଞ୍ଜିଲାଲର ବୟାନ ରେକର୍ଡ ଶେଷ

Facebook
Twitter
LinkedIn
Facebook
Twitter
LinkedIn
Recent News
ପୁରୀ ଅଘଟଣ ; ଅନୁଧ୍ୟାନ କଲେ ପୋଲିସ ଡିଜି , କହିଲେ ପୋଲିସ ମୁତୟନ ଥିଲେ
ପୁରୀ : ଶ୍ରଦ୍ଧାଳୁଙ୍କ ଅଭିଯୋଗକୁ ଖଣ୍ଡନ କଲେ ଏସପି । ରଥ ଚାରିପାଖରେ ପୋଲିସ କର୍ମୀ ମୁତୟନ ଥିଲେ କହିଲେ । ପୋଲିସ ମୁତୟନରେ କମ କରାଯାଇନି...
ପୁରୀ ଅଘଟଣ : ପ୍ରଶାସନିକ ଅଧିକାରୀ ନ ଥିଲେ, ପ୍ରଶାସନିକ ଢିଲା ବ୍ୟବସ୍ଥାକୁ ଦାୟୀ କରୁଛନ୍ତି ଶ୍ରଦ୍ଧାଳୁ
ପୁରୀ : ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ବେଳେ ପ୍ରଶାସନିକ ଅଧିକାରୀ ନ ଥିବା ଅଭିଯୋଗ । ପ୍ରଶାସନିକ ଅଧିକାରୀ ନ ଥିବା ଅଭିଯୋଗ କରୁଛନ୍ତି ପ୍ରତ୍ୟକ୍ଷଦର୍ଶୀ...
ପୁରୀ ଅଘଟଣ ; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ; ଆଇନମନ୍ତ୍ରୀ
ପୁରୀ : ପୁରୀ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି କହିଲେ ଆଇନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ପଦକ୍ଷେପ ନେବେ । ଆକ୍ସନ ଓ ତଦନ୍ତ ନେଇ...
ଶରଧାବାଲିରେ ଠେଲାପେଲା , ୩ ଜଣଙ୍କର ଚାଲିଗଲା ଜୀବନ
ପୁରୀ : ଶରଧାବାଲିରେ ଠେଲାପେଲା । ୩ ଜଣ ଭକ୍ତଙ୍କର ଜୀବନ ଯାଇଥିବା ସୂଚନା । ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା । ବିଳମ୍ବିତ ରାତିରେ...