ନୂଆଦିଲ୍ଲୀ : ଚଳିତବର୍ଷ ଅମରନାଥ ଯାତ୍ରା ପାଇଁ ସରକାର ତାରିଖ ଘୋଷଣା କରିଛନ୍ତି । ମାତା ବୈଷ୍ଣୌଦେବୀ ଶ୍ରୀଇନ ବୋର୍ଡ କମିଟି ବୈଠକର ନିଷ୍ପତ୍ତି ମୁତାବକ ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖ ପର୍ୟ୍ୟନ୍ତ ଚାଲିବ । ଚଳିତ ବର୍ଷ ଟ୍ରଷ୍ଟ ଓ ସରକାରଙ୍କ ଦ୍ବାରା ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷା, ରହିବା ଓ ଖାଦ୍ୟ ପାଇଁ ସରକାର ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କୁହାଯାଇଛି ।ଅମରନାଥ ଯାତ୍ରା ପାଇଁ ଶ୍ରଦ୍ଧାଳୁ ଅଫିସିଆଲ ୱେବସାଇଟ ଜରିଆରେ ରେଜିଷ୍ଟ୍ରେସନ କରିପାରିବେ । ଏଥିପାଇଁ ଖୁବଶୀଘ୍ର ରେଜିଷ୍ଟ୍ରେସନ ଆରମ୍ଭ ହେବ । ଶ୍ରୀଇନ ବୋର୍ଡ ତରଫରୁ ଦେଶର ବିଭିନ୍ନ ରାଜ୍ୟର ଡାକ୍ତରଙ୍କ ତାଲିକା ମଧ୍ୟ ଜାରି କରାଯାଇଥାଏ, ଏମାନଙ୍କ ଜରିଆରେ ସ୍ବାସ୍ଥ୍ୟ ଯାଞ୍ଚ ହୋଇଥାଏ । ଅମରନାଥ ଯାତ୍ରା ପାଇଁ ରେଜିଷ୍ଟ୍ରେସନ କରିବାକୁ ମେଡିକାଲ ସାର୍ଟିଫିକେଟ, ଫଟୋ ଦରକାର । ସେହିପରି ୧୩ ବର୍ଷରୁ କମ୍ ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ଶ୍ରଦ୍ଧାଳୁଙ୍କୁ ଅନମୁତି ମିଳିବ ନାହିଁ । ସେହିପରି ୬ ସପ୍ତାହରୁ ଅଧିକ ଥିବା ଗର୍ଭବତୀଙ୍କୁ ଅନୁମତି ମିଳିବନି ।
ଜୁଲାଇ ୩ରୁ ଅମରନାଥ ଯାତ୍ରା ଆରମ୍ଭ

Facebook
Twitter
LinkedIn
Facebook
Twitter
LinkedIn
Recent News
ପୁରୀ ଅଘଟଣ : ପ୍ରଶାସନିକ ଅଧିକାରୀ ନ ଥିଲେ, ପ୍ରଶାସନିକ ଢିଲା ବ୍ୟବସ୍ଥାକୁ ଦାୟୀ କରୁଛନ୍ତି ଶ୍ରଦ୍ଧାଳୁ
ପୁରୀ : ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ବେଳେ ପ୍ରଶାସନିକ ଅଧିକାରୀ ନ ଥିବା ଅଭିଯୋଗ । ପ୍ରଶାସନିକ ଅଧିକାରୀ ନ ଥିବା ଅଭିଯୋଗ କରୁଛନ୍ତି ପ୍ରତ୍ୟକ୍ଷଦର୍ଶୀ...
ପୁରୀ ଅଘଟଣ ; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ; ଆଇନମନ୍ତ୍ରୀ
ପୁରୀ : ପୁରୀ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି କହିଲେ ଆଇନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ପଦକ୍ଷେପ ନେବେ । ଆକ୍ସନ ଓ ତଦନ୍ତ ନେଇ...
ଶରଧାବାଲିରେ ଠେଲାପେଲା , ୩ ଜଣଙ୍କର ଚାଲିଗଲା ଜୀବନ
ପୁରୀ : ଶରଧାବାଲିରେ ଠେଲାପେଲା । ୩ ଜଣ ଭକ୍ତଙ୍କର ଜୀବନ ଯାଇଥିବା ସୂଚନା । ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା । ବିଳମ୍ବିତ ରାତିରେ...
ଆମ ବସ ଧକ୍କାରେ ୩ ଯୁବତୀଙ୍କ ଚାଲିଗଲା ଜୀବନ
ପିପିଲି : ପୁଣି ଆମ ବସ ଘଟାଇଲା ଦୁର୍ଘଟଣା । ଆମ ବସ ଧକ୍କାରେ ୩ ସ୍କୁଟି ଆରୋହୀ ଯୁବତୀଙ୍କ ଚାଲିଗଲା ଜୀବନ । ତରାକାଜ ନିକଟରେ...