ଯାଜପୁର : ବାଇକକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରାକ୍ଟର । ଜଣଙ୍କର ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କାଏମା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ ଯୁବକ ଜଣକ ଭଗବାନପୁର ଗ୍ରାମର ଦେବାଶିଷ ମଲିକ (୨୬) ହୋଇଥିବା ବେଳେ ଆହତ ଜଣକ ନୂଆପାଟଣା ଗ୍ରାମର ସାଗର ମଲିକ (୨୨) ବୋଲି ସୂଚନା ମିଳିଛି । ତେବେ ବେଆଇନ ଭାବେ ବାଲି ପରିବହନ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଛି ।
Views: 20