The Ultimate Managed Hosting Platform
ADVERTISEMENT

ଅଭିନେତ୍ରୀ ଇଶା ବଖାଣିଲେ କାଷ୍ଟିଂ କାଉଚ୍‌ର ଯନ୍ତ୍ରଣା

Facebook
Twitter
LinkedIn

ମୁମ୍ବାଇ : କାଷ୍ଟିଂ କାଉଚ୍ ଆଉ ବଲିଉଡ ବହୁ ପୂରୁଣା ସଂମ୍ପର୍କ । ବଲିଉଡରେ କାଷ୍ଟିଂ କାଉଚ୍ କୌଣସି ନୂଆ ଘଟଣା ନୁହେଁ । ଅନେକ ଅଭିନେତ୍ରୀ କାଷ୍ଟିଂ କାଉଚ ନେଇ ମୁହଁ ଖୋଲି ସାରିଛନ୍ତି। ତେବେ ବର୍ତ୍ତମାନ ବଲିଉଡର ଅଭିନେତ୍ରୀ ଇଶା କୋପିକର୍ ଏହି ତାଲିକାରେ ଏବେ ସାମିଲ ହୋଇଛନ୍ତି । ଦୀର୍ଘ ଦିନ ପରେ ତାଙ୍କ ସହ ଘଟିଥିବା କାଷ୍ଟିଂ କାଉଚ୍‌ର ଯନ୍ତ୍ରଣା ବଖାଣିଛନ୍ତି । ବି-ଟାଉନର ଜଣେ ନାମୀଦାମୀ ଅଭିନେତା ତାଙ୍କୁ ଏକାକୀ ଭେଟିବାକୁ ଡାକିଥିଲେ। ତେବେ ତାଙ୍କ ଅଫ୍‌ର୍‌କୁ ଇଶା ରିଜେକ୍ଟ କରିବା ପରେ ତାଙ୍କୁ ଫିଲ୍ମରୁ ହଟାଇ ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି କି, ‘୨୦୦୦ ମସିହାରେ ଜଣେ ପ୍ରଡ୍ୟୁସର ତାଙ୍କ ସହ ଭେଟିବାକୁ ଡାକିଥିଲେ। ମୁଁ ଜଣେ ହିରୋଙ୍କ ସହ କଥା ହୋଇଥିଲି। ଏହାପରେ ସେହି ଅଭିନେତା ଜଣକ ମୋତେ ଏକୁଟିଆ ଭେଟିବା ପାଇଁ ଡାକିଥିଲେ। କିନ୍ତୁ ମୁଁ ଅଭିନେତାଙ୍କ କଥାରେ ରାଜି ହୋଇନଥିଲି। ମୁଁ ମୋ ଅଭିନୟ ପ୍ରତିଭା ପାଇଁ ଇଣ୍ଡଷ୍ଟ୍ରିରେ ଅଛି ବୋଲି ପ୍ରଡ୍ୟୁସରଙ୍କୁ ଫୋନ୍ କରି କହିଥିଲି। ଏହାପରେ ମୋତେ ସେହି ଫିଲ୍ମରୁ ବାହାର କରି ଦିଆଯାଇଥିଲା। କୁହାଯାଇଥିଲା କି ମୁଁ ଜଣେ ଭଲ ଅଭିନେତ୍ରୀ ନୁହେଁ, ଯାହାକୁ ଲୋକେ ଭୁଲ ବୁଝିଛନ୍ତି । ଏହି କାରଣ ଯୋଗୁଁ ଅନେକ ଅଫର ମୋ ହାତରୁ ଚାଲିଯାଇଛି ବୋଲି ଇଶା କହିଛନ୍ତି।’

ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଇଶା କୋପିକର ବିବାହ ପରଠାରୁ ଦୀର୍ଘ ଦିନ ଧରି ବଡ ପରଦା ଠାରୁ ଦୂରେଇ ରହିଥିଲେ । ହେଲେ ଗତ କଛି ମାସ ପରେ ସେ ଓଟିଟି ପ୍ଲାଟଫର୍ମରେ ଅଭିନୟ ଜଗତକୁ କମ୍‌ବ୍ୟାକ୍ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login