ଯାଜପୁର : ଧର୍ମଶାଳାରେ ଆତଙ୍କ ଖେଳାଇଲା ଜଙ୍ଗଲୀ ହାତୀ । ଗାଁ , ବଜାର ସବୁଠି ବୁଲିଲା । ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା ଧର୍ମଶାଳା ଓ ଜାରକା ବଜାର ଅଞ୍ଚଳରେ । ଗତକାଲି ରାତିରେ ହାତୀଟି ଯାଜପୁର ଟାଉନ ଅଞ୍ଚଳରେ ବୁଲୁଥିବା ଲୋକେ ଦେଖିବାକୁ ପାଇଥିବା ବେଳେ ଆଜି ସକାଳୁ କୁଆଖିଆ ଅଞ୍ଚଳ ଦେଇ ବ୍ରାହ୍ମଣୀ ନଦୀ ପାର ହୋଇ ଧର୍ମଶାଳା ଅଞ୍ଚଳକୁ ପଶି ଆସିଥିଲା । ବଣୁଆ ହାତୀକୁ ଦେଖିବା ପାଇଁ ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ । କିଛି ସମୟ ପାଇଁ ହାତୀଟି ୧୬ନଂ ଜାତୀୟ ରାଜପଥ ଉପରକୁ ଚାଲି ଆସିବାରୁ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଏହି ସମୟରେ ହାତୀଟି କେତୋଟି ବାଇକକୁ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଥିଲା ।ଲୋକଙ୍କ ଭିଡ଼ ସହ ହାତୀକୁ ଘଉଡ଼ାଇବାକୁ ବନ ବିଭାଗ କର୍ମଚାରୀ ଓ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଫଳରେ ବାଧ୍ୟ ହୋଇ ମାଇକ ପ୍ରଚାର କରି ଲୋକଙ୍କୁ ସତର୍କ କରାଇଥିଲା ।କେଉଁଝର ପଟୁ ହାତୀଟି ଚାଲି ଆସିଥିବା ବେଳେ ତାକୁ ଘଉଡାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଥିବା କହିଛନ୍ତି ବୈରୀ ବନ ବିଭାଗ ରେଞ୍ଜର।
ଧର୍ମଶାଳାରେ ଆତଙ୍କ ଖେଳାଇଲା ଜଙ୍ଗଲୀ ହାତୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











