ଭୁବନେଶ୍ୱର : ଆହୁରି କଲବଲ କରିବ ଖରା । ୩ ଦିନ ପରେ ବଢ଼ିବ ତାପମାତ୍ରା । ଆହୁରି ୨ରୁ ୩ଡିଗ୍ରୀ ତାତି ବଢିବ । ଆଜି ଦିନ ୨ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡା ଜିଲ୍ଲା । ଆଜି ଝାରସୁଗୁଡାରେ ୩୯ ଡିଗ୍ରୀ ତାପାମତ୍ରା ରେକର୍ଡ କରାଯାଇଛି। ଭାରତର ସର୍ବୋତ୍ତମ ସହରରେ ୬ନମ୍ବର ସ୍ଥାନରେ ରହିଛି ଝାରସୁଗୁଡା । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଓ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ତାପାମତ୍ରା ଅଧିକ ରହିଛି । ୩ ଦିନ ଯାଏଁ ପାଗରେ ପରିବର୍ତ୍ତନ ନାହିଁ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ବିବେଦୀ।
Views: 17