କେନ୍ଦ୍ରାପଡା : ପୋଖରୀରେ ବୁଡି ୨ ନାବାଳକଙ୍କ ଚାଲିଗଲା ଜୀବନ । ମାର୍ଶାଘାଇ ଥାନା ଖୁରୁସିଆ ବାନ୍ଧକୁଦ ଗାଁରେ ଅଭାବନୀୟ ଘଟଣା ଘଟିଛି । ବିଳମ୍ବିତ ରାତିରେ ମୃତଦେହ ଉଦ୍ଧାର କଲେ ଗ୍ରାମବାସୀ । ଗତକାଲି ୨ଜଣ ଖେଳିବା ପାଇଁ ବାହାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି ପରେ ଗାଁ ପୋଖରୀରୁ ମିଳିଲା ମୃତଦେହ । ମୃତକ ଦୁଇ ଜଣ ସଞ୍ଜୟ ମହାପାତ୍ରଙ୍କ ପୁଅ ଦୁର୍ଗା ମହାପାତ୍ର ଓ ମନୋରଞ୍ଜନ ମହାପାତ୍ରଙ୍କ ପୁଅ ଦୀପଂଶୁ ମହାପାତ୍ର । ଏହି ଅଘଟଣ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ମାର୍ଶାଘାଇ ଥାନାରେ ପରିବାର ତରଫରୁ ଲିଖିତ ଅଭିଯୋଗ ହୋଇଛି । ପୋଲିସ ତଦନ୍ତ ଜାରି ରଖିଛି ।
Views: 22