ମୋହନା : ଯୁବକଙ୍କୁ ଗଳାକାଟି ଫିଙ୍ଗି ଦେଲେ ଦୁର୍ବୁତ୍ତ । ଅଡବା ଥାନା କଟାମା ପାଣି ଟାଙ୍କି ନିକଟରେ ପଡିଛି ମୃତଦେହ । ଗଳାକଟା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ । ଯୁବକ ଜଣଙ୍କ ତୁଆବାଡି ଗାଁରେ, ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୋଗ । ଗତ ରାତିରେ ସେ ନିଜ ଗାଁ ତୁଆବାଡିକୁ ବାଇକ୍ ଯୋଗେ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ କରଡ଼ାବାଡ଼ି ଗାଁ ନିକଟରେ ଅତି ନୃଶଂସ ଭାବେ ଗଳା କାଟି ହତ୍ୟା କରିଥିଲେ । ଖାଲି ସେତିକି ନୁହେଁ ଦୁର୍ବୃତ୍ତ ମାନେ ପ୍ରାୟ ୪ କିଲୋ ମିଟର ବାଇକରେ ଘୋଷାଡି ଘୋଷାଡି ନେଇ କଟାମା ଗାଁ ନିକଟରେ ଥିବା ପାଣିଟାଙ୍କି ନିକଟରେ ଫିଙ୍ଗି ଦେଇଥିଲେ। ପୂର୍ବରୁ ଏକ ହତ୍ୟା ମାମଲାରେ ସାକ୍ଷୀ ଥିବା ବେଳେ ସାକ୍ଷ୍ୟ ପ୍ରମାଣକୁ ନଷ୍ଟ କରିବା ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି ।
Views: 39