ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଆସାମ । ଆସାମ ମୋରିଗାଓଁରେ ଭୂକମ୍ପ । ରାତି ପ୍ରାୟ ୨ଟା ୨୫ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ ହୋଇଛି । ୫.୦ ତୀବ୍ରତାର ଭୂକମ୍ପ ଏକ ମଧ୍ୟମ ଧରଣର ଭୂକମ୍ପ । ତେବେ ଆସାମ ଭୂକମ୍ପର କେନ୍ଦ୍ର ସ୍ଥଳ କେଉଁଠି ସେ ନେଇ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ। କ୍ଷୟକ୍ଷତି କଣ ହୋଇଛି, ସେ ନେଇ ମଧ୍ୟ ତଥ୍ୟ ହସ୍ତଗତ ହୋଇ ନାହିଁ ।ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଗୁରୁବାର ଭୋର ୨.୨୫ ମିନିଟରେ ଭୂମିକମ୍ପ ହୋଇଥିଲା । ଏହାର ଗଭୀରତା ଥିଲା ୧୬ କିଲୋମିଟର ।
Views: 23