ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ, ଯମୁନେତ୍ରୀ ଯାତ୍ରା ୩୦ ଏପ୍ରିଲରୁ ଆରମ୍ଭ ହେବ । ଏଥିପାଇଁ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି । ପ୍ରତିଥର ଭଳି ଯାତ୍ରା ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ଆଧାର କାର୍ଡ ଜରିଆରେ ଯୋଡିବା ପାଇଁ ପ୍ରସ୍ତୁତି ଚାଲିଛି । ଏହା ଚାରିଧାମ ଯାତ୍ରା ସମୟରେ ସୁରକ୍ଷା ଏବଂ ବ୍ୟବସ୍ଥିତ କରିବାରେ ସହାୟତା ହେବ । ଚଳିତବର୍ଷ ଚାରିଧାମ ଯାତ୍ରା ୩୦ ଏପ୍ରିଲରୁ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଖୋଲିବ । ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ହେବ । ଗତବର୍ଷ ଚାରିଧାମ ଯାତ୍ରାରେ ୪୬ ଲକ୍ଷରୁ ଅଧିକ ଲୋକ ଯାଇଥିଲେ । ଗତଥର ଯାତ୍ରା ଆରମ୍ଭ ପୂର୍ବରୁ ପଞ୍ଜିକରଣରେ ସମସ୍ୟା ଆସିଥିଲା । ଆଉ ଯେଉଁମାନେ ବିନା ପଞ୍ଜିକରଣରେ ଯାଇଥିଲେ, ସେମାନେ ସମସ୍ୟା ଭୋଗିଥିଲେ ।ତେଣୁ ଏଥର ୬୦ ପ୍ରତିଶତ ଅନଲାଇନ ଏବଂ ୪୦ ପ୍ରତିଶତ ଅଫଲାଇନ ରେଜିଷ୍ଟ୍ରେସନ ହେବ । ଅଫଲାଇନ ରେଜିଷ୍ଟ୍ରେସନ ଯାତ୍ରା ଆରମ୍ଭ ହେବାର ୧୦ ଦିନ ପୂର୍ବରୁ ହେବ । ଆଉ ଅନଲାଇନ ରେଜିଷ୍ଟ୍ରେସନ ମାର୍ଚ୍ଚ ୧୧ରୁ ଆରମ୍ଭ ହେବ ।
ଏପ୍ରିଲ ୩୦ରୁ ଚାରିଧାମ ଯାତ୍ରା, ମାର୍ଚ୍ଚ ୧୧ରୁ ରେଜିଷ୍ଟ୍ରେସନ

Facebook
Twitter
LinkedIn
Facebook
Twitter
LinkedIn
Recent News
ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଗଲା
ହରିୟାଣା : ଆଇପିଏସ ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲା । ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଗଲା । ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରୋ ପଠାଇଲେ...
ଚନ୍ଦକା ଥାନାରୁ ଅଭିଯୁକ୍ତ ଚମ୍ପଟ
ଭୁବନେଶ୍ୱର : ପୁଣି କମିଶନରେଟ ପୋଲିସର ଢିଲା ସୁରକ୍ଷା ପଦାରେ ପଡିଲା । କନଷ୍ଟେବଳଙ୍କୁ ଧକ୍କା ଦେଇ ମୋବାଇଲ ଚୋରି ଅଭିଯୁକ୍ତ ଥାନାରୁ ଚମ୍ପଟ । ଚନ୍ଦକା...
ଲାଲ ବାହିନୀର ବିସ୍ଫୋରଣ ଯୋଜନା ପଣ୍ଡ
ବିଜାପୁର : ଭୁଶୁଡୁଛି ଲାଲଗଡ । ମିଳିତ ଅପରେସନ ବେଳେ ଛତିଶଗଡ଼ ବିଜାପୁର ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ବଡ ଧରଣର ବିସ୍ପୋରଣ...
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...