The Ultimate Managed Hosting Platform
ADVERTISEMENT

ନାବାଳିକା ରୋଗୀର ମୃତ୍ୟୁ, ଫାର୍ମାସିଷ୍ଟଙ୍କୁ ମାଡ଼ ପରେ ପୋଲିସରେ ଜିମା

Facebook
Twitter
LinkedIn

ମାଲକାନଗିରି: ଜଣେ ନାବାଳିକା ରୋଗୀର ମୃତ୍ୟୁରେ ଉତ୍ୟୁକ୍ତ ହୋଇ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ରାସ୍ତାରେ ଚଲାଇ ଚଲାଇ ଥାନାରେ ପହଞ୍ଚାଇଲେ ପରିବାର ଲୋକେ । ଫାର୍ମାସିଷ୍ଟଙ୍କ ଚିକିତ୍ସା ଅବହେଳାରୁ ନାବାଳିକାର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଥିବା ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ, ଗତ ସୋମବାର ଦିନମାଲକାନଗିରି ଜିଲ୍ଲା ଏମ୍‌.ଭି.୪୪ ଗ୍ରାମର ବାସୁଦେବ ବାଲାଙ୍କ ଝିଅ ବନ୍ଦନା ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ସେ ତାଙ୍କୁ ସଞ୍ଜୟ ବେହେରା ନାମକ ଜଣେ ଫାର୍ମାସିଷ୍ଟଙ୍କ ପାଖକୁ ନେଇଥିଲେ । ସଞ୍ଜୟ ମାଲକାନଗିରି ସଦର ଡାକ୍ତଖାନାରେ ଫାର୍ମାସିଷ୍ଟ ଥିବା ବେଳେ, ନିଜ ଘରେ ମଧ୍ୟ ସେ ଓøଷଧ ଦୋକାନ ଖୋଲି ରୋଗୀ ଦେଖନ୍ତି । ତେଣୁ ପରିବାର ଲୋକେ ତାଙ୍କୁ ସଞ୍ଜୟଙ୍କ ପାଖକୁ ନେଇଥିଲେ । ଚେକଅପ ପରେ ବନ୍ଦନାଙ୍କୁ ମ୍ୟାଲେରିଆ ହୋଇଥିବା ସଞ୍ଜୟ କହିଥିଲେ । ଏବଂ ସେ ତାକୁ ଭଲ କରିଦେବେ ବୋଲି ମଧ୍ୟ କହିଥିଲେ । ତେଣୁ ଫାର୍ମାସିଷ୍ଟ ସଞ୍ଜୟ ତାଙ୍କୁ ମେଡିସିନ୍ ଓ ଇଞ୍ଜେକ୍ସନ ଦେଇଥିଲେ । ହେଲେ ଗତ ରାତିରେ ଝିଅଟିର ଅବସ୍ଥା ଗୁରୁତର ହୋଇ ଯାଇଥିଲା। ଏହାଦେଖି ପରିବାର ଲୋକେ ଫାର୍ମାସିଷ୍ଟଙ୍କୁ ଫୋନ୍ କରିଥିଲେ। ମାତ୍ର ସେ ନ ଥିବାରୁ ପରିବାର ଲୋକେ ତାକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଝିଅଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଚିକିତ୍ସାରେ ଅବହେଳା ଯୋଗୁ ଝିଅଟିର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଉତ୍ତ୍ୟକ୍ତ ଲୋକେ ଆଜି ସକାଳେ ଫାର୍ମାସିଷ୍ଟଙ୍କ ନିକଟକୁ ଯାଇଥିଲେ। ସେଠାରେ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିସହ ତାଙ୍କୁ ଚଲାଇ ଚଲାଇ ଥାନାକୁ ଆଣିଥିଲେ।
ମୃତ ଝିଅର ବାପା ବାସୁଦେବ ଵାଲା କହିଛନ୍ତି, ଝିଅକୁ ଜ୍ୱର ହେବାରୁ ପ୍ରଥମେ ଫାର୍ମାସିଷ୍ଟ ସଞ୍ଜୟଙ୍କ ପାଖକୁ ନେଇଥିଲୁ। ବ୍ଲଡ୍ ଟେଷ୍ଟରୁ ଝିଅର ମ୍ୟାଲେରିଆ ବାହାରିଥିଲା। କୌଣସି ସରକାରୀ ହସ୍ପିଟାଲକୁ ନେବା ଦରକାର ନାହିଁ, ମୁଁ ଭଲ କରିଦେବି ବୋଲି ସେ କହିଥିଲେ। ଆମେ ତାଙ୍କ ପାଖରୁ ଔଷଧ ଓ ଇଞ୍ଜେକସନ୍ ନେଇ ଆସିଥିଲୁ। ବୁଧବାର ମୁଁ ଝିଅକୁ ନେଇ ତାଙ୍କ ପାଖକୁ ଆସିଥିଲି। ସେ ଝିଅକୁ ସାଲାଇନ୍ ଓ ଇଞ୍ଜେକସନ୍ ଦେଇଥିଲେ। କିଛି ସମୟ ପରେ ଘରକୁ ଯିବାକୁ କହିଥିଲେ। ହେଲେ ବୁଧବାର ରାତିରେ ଝିଅର ମୃତ୍ୟୁ ଘଟିଥିଲା।

ସେପଟେ ମୃତ ନାବାଳିକାଙ୍କ ବାପା କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଫର୍ମାସିଷ୍ଟ ସଂଜୀବ ବେହେରା । ଏନେଇ ସେ କହିଛନ୍ତି, ଦୁଇ ଦିନ ତଳେ ବାସୁଦେବ ଵାଲା ତାଙ୍କ ଝିଅକୁ ନେଇ ମୋ ପାଖକୁ ନେଇ ଆସିଥିଲେ। ଝିଅକୁ ମ୍ୟାଲେରିଆ ହୋଇଛି, ତାର ବ୍ଲାକ୍ଲେଟ୍ କମ୍ ଅଛି ବୋଲି ମୁଁ କହିଥିଲି। ବ୍ଲାକ୍ଲେଟ୍ ଦେବା ପାଇଁ ମୋ ପାଖରେ ସୁବିଧା ନାହିଁ, ତୁମେ ତାକୁ କୋରାପୁଟ ଡାକ୍ତରଖାନାକୁ ନେଇଯାଅ ବୋଲି ମୁଁ କହିଥିଲି। ତାର ମା’,ବାପା ଝିଅକୁ ଭଲ କରିଦେବା ପାଇଁ ମୋତେ ଅନୁରୋଧ କରିଥିଲେ। ଅନ୍ୟ ସ୍ଥାନରେ ଦେଖାଇବା ପାଇଁ ମୁଁ ବହୁତ ବୁଝାଇଥିଲେ ମଧ୍ୟ ସେମାନେ କିଛି ଶୁଣି ନଥିଲେ। ଫଳରେ ନାବାଳିକାର ମୃତ୍ୟୁ ହୋଇଥିବା ସଞ୍ଜୟ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login