ନୂଆଦିଲ୍ଲୀ : ବାଂଲାଦେଶ ବାୟୁସେନା ବେସରେ ଆକ୍ରମଣ । ଏହି ଘଟଣାରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନ୍ୟ କେତେକ ଆହତ ହୋଇଛନ୍ତି । କକ୍ସ ବଜାରର ସମିତି ପଡ଼ା ନିକଟରେ ଥିବା ବାୟୁସେନା ଘାଟି ଉପରେ କେତେକ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ବାଂଲାଦେଶର ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ପକ୍ଷରୁ ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ବିଜ୍ଞପ୍ତି ଅନୁଯାୟୀ, ଫେବ୍ରୁଆରୀ ୨୪ ତାରିଖ ସୋମବାର ଦିନ କିଛି ଦୁର୍ବୃତ୍ତ ହଠାତ୍ କକ୍ସ ବଜାରସ୍ଥିତ ବାଂଲାଦେଶ ବାୟୁସେନା (ବିଏଏଫ୍) ବେସ୍ ଉପରେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ସମିତି ପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି ।ବାଂଲାଦେଶ ବାୟୁସେନା ଏହି ସମ୍ବନ୍ଧରେ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ।
Views: 21