ନୂଆଦିଲ୍ଲୀ :ରୁଷ-ୟୁକ୍ରେନ ଯୁଦ୍ଧକୁ ପୁରୁଛି ୩ ବର୍ଷ । ପୁଣି ରୁଷ ୟୁକ୍ରେନ ଉପରେ ବଡ ଆକ୍ରମଣ କରିଛି । ୟୁକ୍ରେନର ରାଜଧାନୀ କିବ୍ ସମେତ ୧୩ଟି ସହରରେ ଉପରେ ଭୟାନକ ଡ୍ରୋନ୍ ଆକ୍ରମଣ କରିଛି ପୁଟିନ ସେନା । ରବିବାର ରାତିରେ ଋଷ ୨୦୦ରୁ ଅଧିକ ଡ୍ରୋନ ଆକ୍ରମଣ କରିଥିବା ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲଦାମିର ଜେଲେନସ୍କି । ୨୦୨୨ ଫେବ୍ରୁଆରି ୨୪ ତାରିଖରେ ୟୁକ୍ରେନ ଉପରେ ପ୍ରଥମେ ଆକ୍ରମଣ କରିଥିଲା ଋଷ ସେନା । ଏହା ପରଠୁ ରବିବାର ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି ଋଷ । ୟୁକ୍ରେନର ଖାର୍କିଭ, ପୋଲଟାଭା, ସୁମି, କିବ୍, ଚେର୍ନିହିଭ, ମାଇକୋଲିଭ ଓ ଓଡେସା ସମେତ ୧୩ଟି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବିଶେଷ କରି ଭିତ୍ତିଭୂମିକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । ୟୁକ୍ରେନ ବାୟୁସେନା ମୁଖପାତ୍ର ୟୁରି ଇଗ୍ନାଟ୍ କହିଛନ୍ତି ଯେ ସମନ୍ୱିତ ଆକ୍ରମଣରେ ୨୬୭ଟି ରୁଷୀୟ ଡ୍ରୋନ୍ ଉତ୍କ୍ଷେପଣ କରାଯାଇଥିଲା । ଶତାଧିକ ଡ୍ରୋନ୍କୁ ଅଟକାଯାଇଥିବା ବେଳେ ଅନ୍ୟ ଡ୍ରୋନ୍ଗୁଡ଼ିକ ଯୋଗୁଁ କ୍ଷୟକ୍ଷତି ହୋଇଛି ।
ୟୁକ୍ରେନ ଉପରେ ରୁଷରୁ ସବୁଠୁ ବଡ ଆକ୍ରମଣ, ୧୩ଟି ସହର ଉପରେ ଡ୍ରୋନ ଆକ୍ରମଣ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...