ଭୁବନେଶ୍ୱର : କିଟ ଛାତ୍ରୀ ମୃତ୍ୟୁ ଘଟଣାରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଯେଉଁ ମାନଙ୍କୁ ସମନ ହୋଇଥିଲା ସେମାନେ ହାଜର ହୋଇଛନ୍ତି । ଘଟଣାରେ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ରିପୋର୍ଟ ଆଧାରରେ ହେବ କାର୍ୟ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ । ମନ୍ତ୍ରୀ କହିଛନ୍ତି, କମଟି ଯେଉଁ ମାନଙ୍କୁ ଏହି ଘଟଣାରେ ସମନ କରିଥିଲା, ସେମାନେ ପକ୍ଷ ରଖିଛନ୍ତି । ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଯାହା ପଚାରିବାର ଥିଲା ତାକୁ ରେକର୍ଡ କରି ରଖାଯାଇଛି। ଯେଉଁ ନିଷ୍କର୍ଷ ଆସିବ, ସେହି ଅନୁସାରେ କାର୍ୟ୍ୟାନୁଷ୍ଠାନ ନେବେ ସରକାର । ଏହା ସହ ମନ୍ତ୍ରୀ କହିଛନ୍ତି, ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଛି । ତା ଭିତରେ ବାଉନସର, ଟ୍ରେନର, ସିକ୍ୟୁରିଟି ଗାର୍ଡ ଅଛନ୍ତି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ବି ଚାଲିଛି। ସିସିଟିଭି ଫୁଟେଜ ଫରେନ୍ସିକ୍ ଲ୍ୟାବକୁ ଯାଇଛି। ଫରେନ୍ସିକ୍ ଲ୍ୟାବରୁ ଆସିଥିବା କପି ଉପରେ ଯାଞ୍ଚ ହେଉଛି।ବର୍ତ୍ତମାନ ଯେଉଁ ଅଡିଓ ସାମ୍ନାକୁ ଆସିଛି, ସେ ଅଡିଓର ସତ୍ୟାସତ୍ୟ ସମ୍ପର୍କରେ ପୋଲିସ ତଦନ୍ତ କରୁଛି। ଭଏସ ସ୍ପେକଟ୍ରଗ୍ରାଫି ଆଧାରରେ ତଦନ୍ତ କରାଯାଉଛି। ଯଦି ତାହା ସତ ହୋଇଥାଏ। ତେବେ ଆଇଟି ଆକ୍ଟ ବି ଲାଗିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
କିଟ ଛାତ୍ରୀ ମୃତ୍ୟୁ ଘଟଣା ; ନିଷ୍କର୍ସ ଅନୁସାରେ କାର୍ଯ୍ୟାନୁଷ୍ଠାନ : ସୂର୍ଯ୍ୟବଂଶୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...