ପାଟଣା :ବେଧଡକ୍ ଭାବେ ଚାଲିଛି ଜୁଆ ଖେଳ । ଏପରି ଘଟଣା ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ । ଚାଲିଛି ଏପରି ଜୁଆ ଖେଳ । ଏପିରିକି ପ୍ରତି ହାଟରେ ହେଉଛି ଗଞ୍ଜା ଲଢେଇ ଖେଳ । ପୋଲିସର କାର୍ୟ୍ୟାନୁଷ୍ଠାନ ହେଉ ନଥିବାରୁ ପାଟଣା ଥାନା ଓ ସାହାରପଡା ଫାଣ୍ଡି ଅଧିନ ଥିବା ବିଭିନ୍ନ ହାଟରେ ଖୁଲମଖୁଲା ଭାବେ ଏହି ବେପାର ଚାଲିଛି। ଯୁବପିଢୀ କମ ପରିଶ୍ରମ ରେ ଅଧିକ ଟଙ୍କା ରୋଜଗାର କରିବା ସ୍ୱପ୍ନରେ ଜୁଆଖେଳକୁ ରୋଜଗାରର ପନ୍ଥା ଭାବରେ ଆପଣେଇ ନେଉଛନ୍ତି । ପାଟଣା ଥାନା ଅଞ୍ଚଳ ବିଭିନ୍ନ ଗାଁ ଗଣ୍ଡାର ଯୁବପିଢୀଙ୍କୁ ଘାରିଛି ଜୁଆ ଖେଳ ।ଖବର ଅନୁଯାୟୀ , କେନ୍ଦୁଝର ଜିଲ୍ଲାର ଆଦିବାସୀ ଅଧୁଷିତ ସାହାରପଡା ବ୍ଲକ ଅଞ୍ଚଳରେ ଏବେ ଖୁଲମଖୁଲା ଚାଲିଛି ଜୁଆ ଖେଳ ସହ ଗଞ୍ଜା ଲଢେଇ। ସବୁଠାରୁ ବଡ଼ କଥା ଏହା କୌଣସି ଲୁଚା ଚୁପା ଜାଗାରେ ହେଉନାହିଁ । ଏହା ବଜାର ଓ ହାଟ ଭିତରେ ସର୍ବସାଧାରଣଙ୍କ ଉପସ୍ଥିତରେ ହେଉଛି ଜୁଆ ଖେଳ। ଏସବୁ ଜାଣିଶୁଣି ବି ସ୍ଥାନୀୟ ପୋଲିସ ନିରବ ଦ୍ରଷ୍ଟା ପାଲଟିଛନ୍ତି । ଗଞ୍ଜା ଲଢେଇକୁ ନିଷେଧ ଘୋଷଣା କରାଯାଇଥିଲେ ମଧ୍ୟ ଏଠାରେ ଚାଲିଛି ।

ସେହିପରି ରବିବାର ସାହାରପଡା ସାପ୍ତାହିକ ହାଟ, ବୁଧବାର ଗୋରାସ ସାପ୍ତାହିକ ହାଟ , ଶୁକ୍ରବାର ରାଇଡିହା ସାପ୍ତାହିକ ହାଟ ଏବଂ ବୁଢ଼ାବଣ ସାପ୍ତାହିକ ହାଟ ଗୁଡିକରେ ଚାଲିଛି ଖୁଲମଖୁଲା ଜୁଆ ଖେଳ । ଆଉ ଏହି ହାଟ ଭିତରେ ଗଞ୍ଜା ଲଢେଇରେ ଭାଗ ନେଇ ସ୍ୱର୍ବସାନ୍ତ ହେଉଛନ୍ତି ଲୋକେ। ଏହି ବେଆଇନ କାର୍ୟ୍ୟକୁ ପୋଲିସ ପକ୍ଷରୁ ଚଢ଼ାଉ କରି ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି ।