ବାଲୁଗାଁ : ଲୁଟ ପରେ ଘର ଜାଳିଦେଲେ ଦୁର୍ବୁତ୍ତା ଗତକାଲି ବିଳମ୍ବିତ ରାତିରେ ବେଲପଡ଼ା ଅଞ୍ଚଳର ପ୍ରଦୀପ ସେଠୀଙ୍କ ଘରୁ ଲୁଟ୍ ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଲୁଟେରା । ଲୁଟ୍ ସହ ଘର ଜାଳିଦେଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ଗତକାଲି ରାତିରେ ଏକ ବାହାଘର କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ପରିବାର ଲୋକ ଯାଇଥିବା ବେଳେ ଏଭଳି ଲୁଟ୍ ହୋଇଛି । ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ସହିତ ନଗଦ ୫୦ ହଜାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟ ପରେ ଘରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି । ନିଆଁ ଲାଗିବା ପରେ ଖଟ ସହ ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଏପରିକି ଦୁର୍ବୃତ୍ତ ମାନେ କାନ୍ଥରେ ଅଶ୍ଳୀଳ ଭାଷା ମଧ୍ୟ ଲେଖିଛନ୍ତି । ଏନେଇ ଥାନାରେ ଏତଲା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Views: 21