ଖରାପ ଖାଦ୍ୟ ଏବଂ ଲାଇଫ୍ ଷ୍ଟାଇଲ୍ ଯୋଗୁ ଡାଇବେଟିସ୍ ଲୋକମାନଙ୍କ ମଧ୍ୟରେ ଏକ ସାଧାରଣ ରୋଗ ପାଲଟି ଗଲାଣି । ତେବେ ଭାରତରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହି ରୋଗ ଯୁବକମାନଙ୍କୁ ଅଧିକ ପ୍ରଭାବିତ କରୁଛି । ଏହାର ମୁଖ୍ୟ କାରଣ ହେଉଛି ଅସ୍ୱାସ୍ଥ୍ୟକର ଲାଇଫ୍ଷ୍ଟାଇଲ୍, ଷ୍ଟେସ୍ ଏବଂ ଖାଇବା । ଏହିପରି କରିବା ଦ୍ୱାରା ଶରୀରରେ ଅନେକ ରୋଗ ବିକଶିତ ହେବାକୁ ଲାଗିଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ଡାଇବେଟିସ୍ରୁ ଦୂରେଇ ରହିବାକୁ କିମ୍ବା ଡାଇବେଟିସ୍କୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣଙ୍କର ଲାଇଫ ଷ୍ଟାଇଲକୁ ପରିବର୍ତ୍ତନ କରନ୍ତୁ ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଡାଇବେଟିସ୍ ରୋଗୀଙ୍କ ପାଇଁ ଶାରୀରିକ ଭାବରେ ଆକ୍ଟିଭ ରହିବା ବହୁତ ଜରୁରୀ । ଲୋକମାନେ ଯେତେ ଅଧିକ ଆକ୍ଟିଭି ରହିବେ, ସେମାନଙ୍କ ମଧ୍ୟରେ ଡାଇବେଟିସ୍ ହେବାର ଆଶଙ୍କା ସେତେ କମ୍ ରହିବ । ଡାଇବେଟିସ୍ରେ, ଆପଣ ଯେତେ ଅଧିକ ଚାଲିବେ, ବ୍ଲଡ଼ ସୁଗାର ଲେବଲ ସେତେ ଶୀଘ୍ର କମ ହେବ । ଦ୍ରୁତ ଗତିରେ ଚାଲିବା ଦ୍ଵାରା ଶରୀରରେ କୋଷଗୁଡ଼ିକ ଦ୍ରୁତ ଗତିରେ କାମ କରନ୍ତି । ଚାଲିବା ଦ୍ୱାରା ସୁଗାର ମେଟାବୋଲିଜିମ୍ ତ୍ୱରାନ୍ୱିତ ହୁଏ, ଯାହା ହଜମ ପ୍ରକ୍ରିୟାକୁ ଉନ୍ନତ କରେ ।
ଚାଲିବା ଦ୍ୱାରା ଶରୀରରେ ଇନସୁଲିନ୍ ଭଲ ଭାବରେ କାମ କରିବାରେ ସାହାଯ୍ୟ କରେ । ବ୍ଲଡ଼ ସୁଗାର ଲେବଲକୁ ପ୍ରଭାବିତ କରିପାରୁଥିବା ଚାପକୁ ଦୂର କରେ । ଏହା ସହିତ, ଡିପ୍ରେସନ ଏବଂ ଷ୍ଟ୍ରେସର ଲକ୍ଷଣଗୁଡ଼ିକ କମ ହୋଇଥାଏ । ଚାଲିବା ଦ୍ଵାରା କ୍ୟାଲୋରୀ କମ ହୁଏ ଏବଂ ଆପଣଙ୍କ ହାର୍ଟ ସୁସ୍ଥ ରହିଥାଏ । ତେବେ ଚାଲିବାର ଗତି ବୃଦ୍ଧି କରିବା ଦ୍ଵାରା ଲାଭ ବୃଦ୍ଧି ପାଏ ।
ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରତିଦିନ ଚାଲନ୍ତୁ ୩୦ ମିନିଟ….
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











