ମୟୂରଭଞ୍ଜ : ଗ୍ରାହକ ସାଜି ଆସି ବ୍ୟାଙ୍କରୁ ଲୁଟି ନେଲେ ୩୦ ଲକ୍ଷ ।ମୟୂରଭଞ୍ଜ ଜିଲ୍ଲା ବହଳଦା ସ୍ଥିତ ଏସଵିଆଇ ଶାଖାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ହୋଇଛି । ଏପରିକି ଦୁର୍ବୃତ୍ତଙ୍କ ମାଡ଼ରେ ବ୍ୟାଙ୍କର ଦୁଇ କର୍ମଚାରୀଙ୍କୁ ଲହୁଲୁହାଣ ହୋଇଛନ୍ତି । ଘଟଣାସ୍ଥଳରେ ବହଳଦା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।ସୂଚନା ଅନୁସାରେ ଆଜି ସକାଳୁ ବ୍ୟାଙ୍କ୍ ଖୋଲିବାର କିଛି ସମୟ ପରେ ୫ ଜଣ ଦୁର୍ବୃତ୍ତ ୨ଟି ବାଇକରେ ଆସି ବ୍ୟାଙ୍କକୁ ପହଞ୍ଚିଥିଲେ । ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କ ମଧ୍ୟକୁ ପ୍ରବେଶ କରିଥିବା ବେଳେ ୨ ଜଣ ବାହାରେ ଜଗିଥିଲେ । ବ୍ୟାଙ୍କ ଭିତରକୁ ପଶି ବନ୍ଧୁକ ଦେଖାଇ କର୍ମଚାରୀ ଓ ଗ୍ରାହକଙ୍କୁ ଭୟଭୀତ କରାଇ ଟଙ୍କା ଲୁଟିଥିଲେ। ବାଧା ଦେବାରୁ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ଅନ୍ୟ ଜଣେ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ଆଖି ପିଛୁଳାକେ ୩୦ ଲକ୍ଷରୁ ଅଧିକ ଟଙ୍କା ନେଇ ବାଇକ ଯୋଗେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ସମସ୍ତ ଅଭିଯୁକ୍ତ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ଘଟଣାସ୍ଥଳରେ ରାଇରଙ୍ଗପୁର ଅତିରିକ୍ତ ଏସପି, ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଗ୍ରାହକ ସାଜି ଆସି ବ୍ୟାଙ୍କରୁ ଲୁଟି ନେଲେ ୩୦ ଲକ୍ଷ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







