ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଆଜି ଶପଥ ନେଇଛନ୍ତି । ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କ ସହ ପରବେଶ ବର୍ମା ବି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରେଖା ଗୁପ୍ତାଙ୍କ ମନ୍ତ୍ରିପରିଷଦ ସଦସ୍ୟ ବି ଶପଥ ନେଲେ । ପରବେଶ ବର୍ମା, ଆଶିଷ ସୁଦ, ମନଜିନ୍ଦର ସିଂ ସିର୍ସା ଶପଥ ନେଲେ । ରବିନ୍ଦର ଇନ୍ଦରାଜ ସିଂ, କପିଲ ମିଶ୍ରା, ପଙ୍କଜ ସିଂ ଶପଥ ନେଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତପ୍ରକାଶ ନଡ୍ଡା, ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଦଳର ଅନେକ ବରିଷ୍ଠ ନେତା ଯୋଗ ଦେଇଛନ୍ତି । ଦିନ ୩ ଟାରେ ବିଜେନ୍ଦ୍ର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ ।
Views: 22