The Ultimate Managed Hosting Platform
ADVERTISEMENT

ପରଦାକୁ ଆସିବ ‘ମନ ମୋର କାଗଜ ଗୁଡ଼ି’, ଏକ ରୋମାଣ୍ଟିକ୍ ପ୍ରେମ କାହାଣୀ

Facebook
Twitter
LinkedIn

ଭୁବନେଶ୍ୱର : ପରଦାକୁ ଆସିବ ରୋମାଣ୍ଟିକ୍ ପ୍ରେମ କାହାଣୀ ମନ ମୋର କାଗଜ ଗୁଡି । ସୁମିତ୍ରା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର ନିବେଦିତ ବହୁ ପ୍ରତିକ୍ଷୀତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ମନ ମୋର କାଗଜ ଗୁଡ଼ି’ ଆସନ୍ତା ମାର୍ଚ୍ଚ ୪ରେ ମୁକ୍ତିଲାଭ କରିବାକୁ ଯାଉଛି । ଗତ ଡିସେମ୍ବରରେ ସିନେମା ଅଡିଓ ରିଲିଜ୍ ହୋଇ ଲୋକପ୍ରିୟତା ସାଉଁଟି ଚାଲିଥିଲା ବେଳେ ଏବେ ରିଲିଜ୍‌କୁ ଅପେକ୍ଷା। ତେବେ ଫିଲ୍ମର ଶୁଭମୁକ୍ତି ତାରିଖ ଘୋଷଣା ଉତ୍ସବରେ ପ୍ରଯୋଜକ ଶିବିର କୁମାର ପରିଡା ,ସହ ପ୍ରଯୋଜକ ବିବେକାନନ୍ଦ ବାରିକ , ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପାତ୍ର ଓ ଅଭିନେତା ରାକେଶ , ବିକାଶ ଚନ୍ଦ୍ର ପଟ୍ଟନାୟକ , ଅଭିନେତ୍ରୀ ମମତା ଦାସ , ଐଶ୍ୱର‌୍ୟ୍ୟା ,ସହଯୋଗୀ ନିର୍ଦ୍ଦେଶକ ସ୍ୱାଗତ ପାତ୍ର , ସହ ନିର୍ଦ୍ଦେଶକ ଜୁନିଅର ସିଦ୍ଧାନ୍ତ ଉପସ୍ଥିତ ରହିଥିଲେ। ଫିଲ୍ମଟି କଟକ, ଭୁବନେଶ୍ୱର, ବାଲେଶ୍ୱର ସମେତ ଓଡିଶା ବାହାରେ ମଧ୍ୟ ରିଲିଜ କରାଯିବ । ଖାସ୍ କରି କୋଲକାତା,ଦିଲ୍ଲୀ , କୋଲକାତା , ବାଙ୍ଗାଲୋର,ସୁରଟରେ ରିଲିଜ୍ କରାଯିବ । ଚଳଚିତ୍ରଟି ମୁକ୍ତିଲାଭ କରି ଲୋକଙ୍କ ମନରେ ଖାସ୍ ଜାଗାଟିଏର ସୃଷ୍ଟି କରିବ ବୋଲି ପ୍ରଯୋଜନା ସଂସ୍ଥାର ପ୍ରଚାର ମୁଖ୍ୟ ଭରତ ପ୍ରଧାନ ସୂଚନା ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login