The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ବାଣ ନିଆଁ ଲାଗି ଜଳିଗଲା ଜଗନ୍ନାଥଙ୍କ ରଥ

Facebook
Twitter
LinkedIn

ଯାଜପୁର : ବାହାଘର ପ୍ରୋସେସନ ବେଳେ ବାଣ ନିଆଁ ପଡି ଜଗନ୍ନାଥଙ୍କ ରଥରେ ଲାଗଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଅଘଟଣ । ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଘଟିଛି ଘଟଣା । ସୂଚନା ମୁତାବକ ବହୁ ପୁରାତନ ସୁକିନ୍ଦା ଗଡ଼ ଜଗନ୍ନାଥ ମନ୍ଦିରରେ ରଥଯାତ୍ରାରେ ବ୍ୟବହୃତ ରଥଟି ରଥଯାତ୍ରା ପରେ ମନ୍ଦିର ସମ୍ମୁଖରେ ରହିଥାଏ । ତେବେ ଗତକାଲି ବିଳମ୍ବିତ ରାତିରେ ଏକ ବାହାଘର ପ୍ରୋସେସନ୍ ଯାଉଥିବା ସମୟରେ ବାଣ ନିଆଁ ପଡ଼ି ହଠାତ୍ ରଥର ଅଗ୍ରଭାଗ ଜଳିବାକୁ ଲାଗିଥିଲା । ଏହାଦେଖି ଲୋକେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । କିଛି ସମୟ ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ରଥର ଅଧିକାଂଶ ଅଂଶ ଜଳି ଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦିଲ୍ଲୀରେ ଲଗାଣ ବର୍ଷା, ୧୨ଟି ବିମାନ ଡାଇଭର୍ଟ

ଦିଲ୍ଲୀରେ ଚାଲିପାରିବନି ଆଉ ପୁରୁଣା ଗାଡି , ଆସନ୍ତା ୧ରୁ ମିଳିବନି ପେଟ୍ରୋଲ

ନୂଆଦିଲ୍ଲୀ : ଆଉ ରାସ୍ତାରେ ଗଡ଼ିବନି ପୁରୁଣା ଗାଡ଼ି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୧୦ ବର୍ଷ ପୁରୁଣା ଡିଜେଲ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ...

କନ୍ୟା ସନ୍ତାନ ଜନ୍ମ ହେବା ଖୁସିରେ କାର ସଜେଇ ଘରକୁ ନେଲେ ପିତା ମାତା

କନ୍ୟା ସନ୍ତାନ ଜନ୍ମ ହେବା ଖୁସିରେ କାର ସଜେଇ ଘରକୁ ନେଲେ ପିତା ମାତା

ଉମରକୋଟ (ବିଶ୍ଵଜିତ ମଲ୍ଲିକ) : ଏବେବି ଆଧୁନିକ ସମାଜରେ ବାପା ମା ଝିଅ ଅପେକ୍ଷା ପୁଅକୁ ଅଧିକ ଗୁରୁତ୍ବ ଦେଇଥାନ୍ତି। ଏପରିକି କିଛି ଦମ୍ପତି ଝିଅ ଗର୍ଭରେ...

ADVERTISEMENT
ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ , ଭକ୍ତ ରହିଛନ୍ତି ଅପେକ୍ଷାରେ

ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ , ଭକ୍ତ ରହିଛନ୍ତି ଅପେକ୍ଷାରେ

ପୁରୀ : କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ହୋଇଉଠିଛି ବଡ଼ଦାଣ୍ଡ । କାଳିଆ ସାଆନ୍ତଙ୍କୁ ଦେଖି ଭକ୍ତ ଖୁସିରେ...

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା : ଉଦ୍ଧାର କାର୍ଯ୍ୟରେ ସାମିଲ ସ୍ଥାନୀୟ ଲୋକ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ୱର : ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମୁମ୍ବାଇ କୋକିଳାବେନ ଧୀରୁଭାଇ ଅମ୍ବାନୀ ମେଡିକାଲରୁ ଶୁଭେଛା ଜଣାଇଛନ୍ତି...

Login