ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ କିଛି ଡ୍ରାଏ ଫ୍ରୁଟ୍ସ ଖାଇବା ଉଚିତ । ପିସ୍ତାବାଦାମ ଏକ ଏପରି ଡ୍ରାଏ ଫ୍ରୁଟ ଯାହା ଖାଇବା ପାଇଁ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ । ଏଥିରେ ଆଇରନ୍, ଫାଇବର, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫସଫରସ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଥିଆମାଇନ, ପୋଟାସିୟମ୍, ଭିଟାମିନ୍ ବି ୬, କପର, ଲିନୋଲିକ୍ ଏସିଡ୍, ମୋନୋସାଚୁରେଟେଡ୍ ଫ୍ୟାଟି ଏସିଡ୍ ଇତ୍ୟାଦି ଭରପୂର ମାତ୍ରାରେ ଥାଏ । ପିସ୍ତା ଆମ ଆଖି ପାଇଁ ଖୁବ ଲଭଦାୟୀ ହୋଇଥାଏ ।
ନିୟମିତ ଭାବରେ ପିସ୍ତାବାଦାମ ଖାଇବା ଦ୍ୱାରା ଡାଇବେଟିସ ହେବାର ଆଶଙ୍କା ବହୁତ ମାତ୍ରାରେ କମିଯାଏ । ଏଥିରେ ଲୋ-ଗ୍ଲାଇସେମିକ ଇଣ୍ଡେକ୍ସ ରହିଛି ଯାହା ଡାଇବେଟିସକୁ କଣ୍ଟ୍ରୋଲରେ ରଖିଥାଏ । ଏହା ବ୍ଲଡ ର ସୁଗାର ଲେବଲକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।
ପିସ୍ତା ଖାଇବା ଦ୍ୱାରା ହାଡ଼ ମଧ୍ୟ ମଜବୁତ ହୋଇଥାଏ । ପିସ୍ତାରେ ଭରପୂର ମାତ୍ରାରେ ପ୍ରୋଟିନ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ଥାଏ, ଯାହା ହୃଦୟକୁ ସୁସ୍ଥ ରଖିବା, ବ୍ଲଡ଼ରେ ସୁଗାର ଲେବଲକୁ ନିୟନ୍ତ୍ରଣ କରିଥାଏ ଏବଂ ଏଥିରେ ଥିବା କୋଲୋନ୍ କ୍ୟାନ୍ସର ହେବାର ଆଶଙ୍କା କମ କରିଥାଏ ।
ପିସ୍ତା ବାଦାମରେ ଫାଇବର ପ୍ରଚୁର ମାତ୍ରାରେ ଥିବା ଯୋଗୁଁ ଏହା ପେଟକୁ ସୁସ୍ଥ ରଖିଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ପେଟ ଠିକ୍ ରହିଥାଏ, ଯାହା ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ହୁଏ ।
ପିସ୍ତାବାଦାମକୁ ନିୟମିତ ଭାବେ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ । ଏଥିରେ ବହୁ ପରିମାଣର ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି, ଯାହା ହୃଦ୍ରୋଗ ସମ୍ଭାବନାକୁ ବହୁ ପରିମାଣରେ ହ୍ରାସ କରିଥାଏ ।
ପ୍ରତିଦିନ ଖାଆନ୍ତୁ ପିସ୍ତାବାଦାମ , ଅନେକ ରୋଗରୁ ମିଳିବ ମୁକ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











