The Ultimate Managed Hosting Platform
ADVERTISEMENT

କର୍ପୂର ଦୂର କରିବ ରୂପି ସମସ୍ୟା, ଜାଣନ୍ତୁ କେମିତି କରିବେ ଘରୋଇ ଉପଚାର

Facebook
Twitter
LinkedIn

କର୍ପୁରକୁ ମଧ୍ୟ ରୁପି ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଇପାରିବ । କର୍ପୁରରେ ମିଳୁଥିବା ଆଣ୍ଟି ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟି-ଫଙ୍ଗାଲ୍ ଗୁଣ କେଶ ସମ୍ବନ୍ଧୀୟ କିଛି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ରାମବାଣ ପ୍ରମାଣିତ ହୋଇପାରେ । କର୍ପୁରକୁ ଆପଣଙ୍କ ହେୟାର କେୟାର ରୁଟିନର ଏକ ଅଂଶ କିପରି କରିବେ । ତାହେଲେ ଆସନ୍ତୁ ଜାଣିବା କିପରି କର୍ପୁରକୁ ବ୍ୟବହାର କରିବା ଉଚିତ ।
ଆପଣ ଚାହିଁଲେ, ଉଷୁମ ଅଲିଭ୍ ଅଏଲରେ କର୍ପୁର ପାଉଡର ମିଶାଇ ପାରିବେ । ଏହି ମିଶ୍ରଣକୁ ଆପଣଙ୍କ କେଶ ଏବଂ ମୁଣ୍ଡରେ ଲଗାଇବା ଦ୍ୱାରା, ଆପଣ ରୁପି ସମସ୍ୟାରୁ ମୁକ୍ତି ପାଇପାରିବେ । ଏହା ବ୍ୟତୀତ, ଆପଣ କର୍ପୁରରୁ ତିଆରି ପେଷ୍ଟ ମଧ୍ୟ ବ୍ୟବହାର କରିପାରିବେ ।
ତେବେ କେମିକାଲ ଫ୍ରି ହେୟାର ପ୍ୟାକ୍ ତିଆରି କରିବାକୁ, ଆପଣଙ୍କୁ କର୍ପୁର, ନଡ଼ିଆ ତେଲ ଏବଂ ଲେମ୍ବୁ ରସ ଆବଶ୍ୟକ ହେବ । ଆପଣଙ୍କୁ ଏହି ତିନୋଟି ପ୍ରାକୃତିକ ଜିନିଷକୁ ଭଲ ଭାବରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବାକୁ ପଡିବ । ଏବେ ଆପଣ ଏହି ହେୟାର ପ୍ୟାକ୍କୁ ଆପଣଙ୍କର ହେୟାର କେୟାର ରୁଟିନରେ ସାମିଲ କରିପାରିବେ ।
ଯଦି ଆପଣ ସମୟ ମଧ୍ୟରେ କେଶ ଝଡ଼ିବା ସମସ୍ୟା ପ୍ରତି ଧ୍ୟାନ ନଦିଅନ୍ତି, ତେବେ ବହୁତ ଶୀଘ୍ର ଆପଣଙ୍କୁ କେଶ ଝଡ଼ିବାର ସମ୍ମୁଖୀନ ହେବାକୁ ପଡ଼ିପାରେ । ତେବେ ପୂଜା ପାଇଁ ବ୍ୟବହୃତ କର୍ପୁର ଆପଣଙ୍କ କେଶ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହୋଇପାରେ । ତଥାପି, ଏହି ହେୟାର ପ୍ୟାକ୍କୁ ସମ୍ପୂର୍ଣ୍ଣ କେଶରେ ଲଗାଇବା ପୂର୍ବରୁ ଏକ ପ୍ୟାଚ୍ ଟେଷ୍ଟ କରିବାକୁ ଭୁଲିବା ଉଚିତ୍ ନୁହେଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login