ଭୁବନେଶ୍ୱର : ରାଜରାସ୍ତାରେ ମିଶନ ଶକ୍ତିଙ୍କ ଗର୍ଜନ । ମିସନ ଶକ୍ତିକୁ ସରକାର ଭାଙ୍ଗିବାକୁ ଚାହୁଁଛନ୍ତି ବୋଲି ବିରୋଧୀ ଦଳ ବିଜେଡ଼ି ପକ୍ଷରୁ ଶାସକ ଦଳ ବିରୋଧରେ ଅଭିଯୋଗ ଅଣାଯାଇଛି। ମିସନ ଶକ୍ତି ମହିଳାଙ୍କୁ ଭ୍ରମିତ କରାଯାଉଛି ବୋଲି ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି। ମିସନ ଶକ୍ତି ଇସି ସଦସ୍ୟଙ୍କୁ ନେଇ ରଣେନ୍ଦ୍ର କହିନ୍ତି କେନ୍ଦ୍ର ସରକାର ୧୯୯୯ ମସିହା ଏପ୍ରିଲ ପହିଲାରୁ ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ୍ୟ ସ୍ୱରୋଜଗାର ଯୋଜନା ଆରମ୍ଭ କରିଥିଲେ।ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଅଙ୍ଗନବାଡି କର୍ମୀ ଇସି ସଦସ୍ୟଙ୍କୁ ବଛା ଯାଇ ମହିଳା ମହାସଂଘକୁ କାର୍ୟ୍ୟଭାର ଦିଆଯାଇଥିଲା । ଏମାନେ ନିର୍ବାଚିତ ଲୋକ ପ୍ରତିନିଧି ନୁହନ୍ତି । ତୃଣମୂଳସ୍ତରର ମହିଳାଙ୍କୁ ଆତ୍ମନିର୍ଭରଶୀଳ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଇବା କାର୍ୟ୍ୟ ମିସନ ଶକ୍ତି କରିଆସୁଛି। ମିସନ ଶକ୍ତିର ଇସିମାନେ ବୈଠକ ବାବଦରେ ସିଟିଂ ଆଲାଉନ୍ସ ପାଉଥିଲେ । ଏହା ବ୍ୟତୀତ ମାସିକ ୧ ହଜାର ଟଙ୍କା ଫିକ୍ସଡ୍ ଟ୍ରାଭେଲିଂ ଆଲାଉନ୍ସ ସେମାନଙ୍କୁ ଦିଆଯାଉଥିଲା । ଇସି ମହିଳାଙ୍କୁ ବିନା ସୁଧରେ ପୂର୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସ୍କୁଟି ପ୍ରଦାନ କରିଥିଲେ ।ମିସନ ଶକ୍ତି ଇସି ମହିଳାଙ୍କୁ ହଟେଇବାକୁ ରାଜ୍ୟ ସରକାର ଯୋଜନା କରୁଥିବା ସେ ଅଭିଯୋଗ କରିଛନ୍ତି।
ରାଜରାସ୍ତାରେ ମିଶନ ଶକ୍ତିଙ୍କ ଗର୍ଜନ, ବିଜେଡି କହିଲା ମିଶନ ଶକ୍ତିକୁ ଭାଙ୍ଗିବାକୁ ଚାହୁଁଛନ୍ତି ସରକାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











