ଭୁବନେଶ୍ୱର : ଏବେବି ରାଜ୍ୟର ୨ହଜାରରୁ ଅଧିକ ଗାଁକୁ ରାସ୍ତା ନାହିଁ। ମୟୂରଭଞ୍ଜ ଜିଲ୍ଲାରେ ୫୮ ଗାଁକୁ ରାସ୍ତା ନାହିଁ, ହେଲେ କନଭରଜେନ୍ସ ଯୋଜନାର ରାସ୍ତା ପାଇଁ ବିଜେପି ସରକାର ବ୍ୟବସ୍ଥା କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ପୂର୍ବ ସରକାର କହିଗଲେ ୨୫ ବର୍ଷ ଭିତରେ ରାଜ୍ୟ ବହୁତ ଆଗକୁ ବଢିଛି। ହେଲେ ଏହା କେତେ ସତ ତାହା ତଥ୍ୟରୁ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ବିଜେପି ସରକାରଙ୍କ ମନ୍ତ୍ରୀ। ଚଳିତ ଥର ରାଜ୍ୟ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଏଥିପାଇଁ ବ୍ୟବସ୍ଥା ରହିଛି । ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ୩୫ ପ୍ରତିଶତ ଅର୍ଥ ଗାଁ ରାସ୍ତା ନିର୍ମାଣରେ ଖର୍ଚ୍ଚ ପାଇଁ ବ୍ୟବସ୍ଥା ରହିଛି । ସବୁ ଗାଁକୁ ଗମନାଗମନର ସୁବିଧା କରିବାକୁ ଗ୍ରାମସଭା ମାଧ୍ୟମରେ ଆସୁଥିବା ପ୍ରକଳ୍ପ ଗୁଡ଼ିକୁ ମଞ୍ଜୁର କରାଯିବ ବୋଲି କହିଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
Views: 81











