ଭୁବନେଶ୍ୱର : ଗୃହରେ କିଟ ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ଟଙ୍କଧର ତ୍ରୀପାଠି । କିଟରେ ଯେଉଁ ଘଟଣା ଘଟିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କିଟ୍ ମାଲିକ କେଉଁ ଦଳର ଥିଲେ ଓ କିଏ ତାଙ୍କୁ କୋଳରେ ବସାଇଥିଲେ । ପରୀ, ମମତା, ମାହାଙ୍ଗା ଘଟଣାରେ ବିଜେଡି ବିଧାୟକ ସାମିଲ ଥିଲେ । ସେତେବେଳେ ତକôାଳୀନ ମୁଖ୍ୟମନ୍ତ୍ରୀ କିଛି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ । ଆଜି ଆଇନ ଶୃଙ୍ଖଳା ପାଠ ପଢାଉଛନ୍ତି, ଯାହା ହାସ୍ୟାସ୍ପଦ ।
ଅନ୍ୟପଟେ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ତଦନ୍ତ ନହେଲେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି । ଏଭଳି ଘଟଣା ପାଇଁ ସାରା ବିଶ୍ବରେ ଓଡ଼ିଶା ନିନ୍ଦିତ ହୋଇଛି। ନେପାଳ ସହ ଭାରତର ସମ୍ପର୍କ ଭଲ । ତେଣୁ ଜଗନ୍ନାଥଙ୍କ ପାଇଁ କସ୍ତୁରୀ ମଧ୍ୟ ସେଠାରୁ ଆସିଥାଏ । ତେଣୁ ଯେଉଁ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯାଇଛି, ତାହା ନିନ୍ଦନୀୟ ବୋଲି କହିଛନ୍ତି ତାରା । ସେହିପରି ବିଜେପି ମଧ୍ୟ ସମାନ କଥା ଉଠାଇ ଘଟଣାକୁ ନିନ୍ଦା କରିଛି ।
Views: 26