The Ultimate Managed Hosting Platform
ADVERTISEMENT

ୟୁକ୍ରେନରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର: ୟୁକ୍ରେନରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ । ୟୁକ୍ରେନ୍ ଓ ରୁଷ ମଧ୍ୟରେ ଲାଗିଥିବା ହିଂସାତ୍ମକ ଯୁଦ୍ଧରେ ବହୁ ଧନ ଜୀବନ ଧ୍ୱଂସ ହେଉଥିବା ବେଳେ, ସୁରକ୍ଷିତ ଭାବେ ନିଜ ରାଜ୍ୟକୁ ଫେରିଲେ ୪ ଜଣ ଓଡ଼ିଆ ଡାକ୍ତରୀ ଛାତ୍ରଛାତ୍ରୀ । ଦୁଇ ଦେଶ ମଧ୍ୟରେ ଏପରି ତିକ୍ତତା ଲାଗିରହିଥିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ସହଯୋଗରେ ୟୁକ୍ରେନରୁ ସୁରକ୍ଷିତ ଫେରିବା ପରେ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ରାତି ସାଢ଼େ ୧୧ ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବାଲେଶ୍ୱରର ଅମନ କୁମାର, ଭୁବନେଶ୍ୱରର ଏମ୍ବିବିଏସ ଛାତ୍ରୀ ସୁଭସ୍ମିତା ପ୍ରିୟଦର୍ଶିନୀ, ସମ୍ବଲପୁରର ଐଶ୍ବର‌୍ୟ୍ୟା ପାଣି, କେନ୍ଦ୍ରାପଡ଼ାର ଛାତ୍ର ବିକାଶ ଚନ୍ଦ୍ର ବେହେରା ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପରିବାରଙ୍କୁ ଭେଟିବା ପରେ ଭାବ ବିହ୍ବଳ ହୋଇ ପଡ଼ିଥିଲେ ସମସ୍ତେ । ସୁରକ୍ଷିତ ଭାବେ ଫେରିଆସିବା ପରେ ନିଜର ଅନୁଭୂତି ବଖାଣୁଛନ୍ତି । ଏହାସହ ଯେଉଁମାନେ ଫସରହିଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ । ଆସନ୍ତା ତିନି ଦିନ ଭିତରେ ୨୬ଟି ବିମାନରେ ୟୁକ୍ରେନ୍ରୁ ଫେରିବେ ଭାରତୀୟ । ରୋମାନିଆ, ହଙ୍ଗେରୀ ଦେଇ ଭାରତୀୟଙ୍କୁ ଆଣିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ୟୁକ୍ରେନରେ ଥିବା ଭାରତୀୟ ରାଷ୍ଟ୍ରଦୁତ ବିଭିନ୍ନ ଅଞ୍ଚଳରେ ଥିବା ଭାରତୀୟଙ୍କ ସହ ଯୋଗାଯୋଗ କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ବାପା-ଝିଅଙ୍କ ଜୀବନ

ତେଲେଙ୍ଗାନା : ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାର ଶାଦ ନଗର ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା । ଏକ ଟ୍ୟାଙ୍କର ଟ୍ରକ ଅସାବଧାନାତା ଯୋଗୁଁ ବାଇକକୁ ଧକ୍କା ଦେଇଥିଲା...

ମେଟ୍ରୋ ପାଇଁ ଜନପଥରେ ସର୍ଭେ

ଭୁବନେଶ୍ୱର ପୁରୁଣା ମେଟ୍ରୋ କଣ୍ଟ୍ରାକ୍ଟ ବାତିଲ

ଭୁବନେଶ୍ୱର : ମେଟ୍ରୋ ପ୍ରକଳ୍ପ ପାଇଁ ହୋଇଥିବା କଣ୍ଟ୍ରାକ୍ଟ ବାତିଲ । କାର୍ଯ୍ୟ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର କଣ୍ଟ୍ରାକ୍ଟ ବାତିଲ । ଠିକା ସଂସ୍ଥା ସିଗାଲ...

ADVERTISEMENT
ଖାଲିପେଟରେ ଖାଆନ୍ତୁ କିସମିସ ; କମ୍ କରିଥାଏ କ୍ୟାନ୍ସର ଓ କିଡନୀ ସମ୍ବନ୍ଧୀୟ ରୋଗ

ଖାଲିପେଟରେ ଖାଆନ୍ତୁ କିସମିସ ; କମ୍ କରିଥାଏ କ୍ୟାନ୍ସର ଓ କିଡନୀ ସମ୍ବନ୍ଧୀୟ ରୋଗ

ବ୍ୟୁରୋ : କିସମିସ ଖାଇବାର ଅନେକ ଫାଇଦା ରହିଛି । ଆୟୁର୍ବେଦ ଅନୁସାରେ ସକାଳୁ ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା କ୍ୟାନ୍ସର ଓ କିଡନୀ ଭଳି...