The Ultimate Managed Hosting Platform
ADVERTISEMENT

ପୁଣି ମହିଳାଙ୍କୁ ଘୋଷାଡି ମାରିଲା ମୋ ବସ !

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ଜଣେ ମହିଳାଙ୍କୁ ଘୋଷାଡି ମାରିଲା ମୋ ବସ । ତମାଣ୍ଡୋ ଥାନା ଓଭର ବ୍ରିଜ ତଳେ ମର୍ମନ୍ତୁଦ ଦୁର୍ଘଟଣା । ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା ହୋଇଥିବା ବେଳେ ଡ୍ରାଇଭର ଗିରଫ ହୋଇଛି । ମହିଳାଙ୍କୁ ଧକ୍କା ଦେଇ ଶହେ ମିଟର ଯାଏଁ ଘୋଷାଡି ନେଲା ମୋ ବସ । ସୂଚନା ଅନୁସାରେ ମୋ ବସ୍ ଭୁବନେଶ୍ୱର ଟାଉନରୁ କଳିଙ୍ଗ ନଗର ଡିପୋ ଆଡକୁ ଯାଉଥିଲା । ଏହି ସମୟରେ ନାଇଟ୍ କୋଚ୍କୁ କିଛି ଲୋକ ଅପେକ୍ଷାରତ ଥିଲେ । ତାଙ୍କୁ ସ୍କୁଟିରେ ଛାଡିବାକୁ ଆସିଥିବା ୪ ଜଣ ଲୋକ ସର୍ଭିସ ରୋଡ଼୍ ଦେଇ ଫେରୁଥିଲେ । ସେହି ସମୟରେ ଏନଏଚ ତଳକୁ ଖସୁଥିବା ମୋ ବସ୍ ପ୍ରଥମେ ଗୋଟିଏ ସ୍କୁଟିକୁ ଧକ୍କା ଦେବା ପରେ ପୁଣି ଅନ୍ୟ ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ତମାଣ୍ଡୋ ଥାନା ଡି.ଏନ. ରେଙ୍ଗାଲିଆ ଓଭରବ୍ରିଜ ତଳେ ଜଣେ ମହିଳାଙ୍କୁ ଧକ୍କା ଦେଇ ୧୦୦ ମିଟର ଘୋଷାଡ଼ି ନେଇଥିଲା ମୋ ବସ୍ । ଏଥିରେ ଘଟଣା ସ୍ଥଳରେ ହିଁ ମହିଳାଙ୍କ ପ୍ରାଣ ଚାଲି ଯାଇଥିଲା । ମୋ ବସ୍ ବାରମ୍ବାର ମୃତ୍ୟୁର ଦୂତ ସାଜିବା ପରେ ଟ୍ୱିନ୍ସିଟିର ପ୍ରକାଶ ପାଇଛି ଉଦ୍ବେଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login