ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣକୁ ପୂରିଛି ୬ ବର୍ଷ । ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଦେଶ । ଆଜିର ଦିନରେ ଠିକ୍ ୬ ବର୍ଷ ତଳେ ଯେବେ ଆତଙ୍କବାଦୀଙ୍କ ଜାଲରେ ଫସି ଯାଇଥିଲେ ଭାରତର ବୀର ଯବାନ । ଜମ୍ମୁ କଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଦେଶ ହରାଇଥିଲା ୪୦ ବୀରପୁତ୍ର । ୬ ବର୍ଷ ପୂର୍ବେ ଆଜିର ଦିନରେ ସମସ୍ତଙ୍କ ଆଖି ଲୁହରେ ଭିଜିଥିଲା । ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ନେଇଥିଲେ ୪୦ ସିଆରପିଏଫ ଯବାନ । ଫେବୃଆରୀ ୧୪ ତାରିଖ ଭାରତ ପାଇଁ କଳାଦିନ ହୋଇ ରହିଯାଇଛି । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା । ଆଉ ସବୁଦିନ ପରି ଯବାନମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଆଗେଇ ଚାଲିଥିଲେ । ସିଆରପିଏଫ୍ ଯବାନଙ୍କ ଗାଡି ପୁଲୱାମା ପହଁଚିବା ପୂର୍ବରୁ ରାସ୍ତାର ଆରପଟରୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଏତେ ଜୋର୍ ରେ ବିସ୍ଫୋରକ ହୋଇଥିଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଲା । ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆରପିଏଫର ଅନେକ ଯବାନ । କେବଳ ଏତିକି ନୁହେଁ, କୋହଲା ପାଗର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ ଆତଙ୍କବାଦୀ । ଭାରତୀୟ ସେନା ପୁଲୱାମା ଆକ୍ରମଣର ଠିକ୍ ୧୨ ଦିନ ପରେ ଆତଙ୍କୀଙ୍କ ଉପରେ ଆକ୍ରମଣ କରିଥିଲା । ଫେବୃୟାରୀ ୨୬ ଭାରତୀୟ ବାୟୁସେନା ପାକ୍ ସ୍ଥିତ ବାଲାକୋଟର ଆତଙ୍କୀ ସଂଗଠନ ଜୈସ୍ – ଏ – ମହମ୍ମଦ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଥିଲା ।
ପୁଲୱାମା ଆକ୍ରମଣକୁ ପୁରିଲା ୬ ବର୍ଷ, ଆଜିର ଦିନକୁ ଝୁରୁଛି ସାରା ଦେଶ

Facebook
Twitter
LinkedIn
Facebook
Twitter
LinkedIn
Recent News
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...
e-KYC କରି ନ ଥିଲେ ମିଳିବନି ଚାଉଳ ; ମନ୍ତ୍ରୀ
ଭୁବନେଶ୍ୱର : e-KYC କରି ନ ଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।...
MKCGରେ ଇଣ୍ଟର ମିଟ୍ ; ୩ ଛାତ୍ର ଆହତ
ବ୍ରହ୍ମପୁର : ଏମକେସିଜିରେ ଇଣ୍ଟର ମେଡିକାଲ ମିଟ ବେଳେ ୩ ଛାତ୍ର ଆହତ । କଟକ ଏସସିବିର ୩ ଛାତ୍ର ଉତ୍ସବ ପାଳନ ବେଳେ ଆହତ ।...