ନୂଆଦିଲ୍ଲୀ : ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଫୋକସରେ ଏବେ ମୋଦି-ଟ୍ରମ୍ପ ଭେଟଘାଟ । ଦୁଇ ଦିନିଆରେ ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୱାସିଂଟନ ଡିସିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ଏହାପୂର୍ବରୁ ଆମେରିକାର ନ୍ୟାସନାଲ ଇଣ୍ଟେଲେଜେନ୍ସ ଡାଇରେକ୍ଟର ତୁଲସୀ ଗବାଡଙ୍କ ସହ ଆଲୋଚନା କରିଛନ୍ତି ମୋଦି । ଭାରତ-ଆମେରିକା ବନ୍ଧୁତ୍ବର ବିଭିନ୍ନ ଦିଗ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଯାହାର ଫଟୋ ନିଜେ ସୋସିଆଲ ମିଡିଆରେ ଛାଡିଛନ୍ତି ପ୍ରଧାନମନ୍ତ୍ରୀ ।ଏହାସହ ଆମେରିକାରେ ପ୍ରବାସୀ ଭାରତୀୟ ତରଫରୁ ମୋଦିଙ୍କୁ ବିପୁଳ ସ୍ବାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ବେଶ୍ ଗୁରୁତ୍ବ ବହନ କରୁଛି।
Views: 27