ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକଙ୍କ ପରଲୋକ । ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ । ୮୫ବର୍ଷ ବୟସରେ ନିଧନ ହୋଇଥିବା ସୂଚନା ରହିଛି । ବ୍ରେନ ଷ୍ଟ୍ରୋକ ପରେ ଫେବ୍ରୁଆରୀ ୩ ତାରିଖରୁ ଲକ୍ଷ୍ନୌ ପିଜିଆଇ ହସ୍ପିଟାଲରେ ସତ୍ୟେନ୍ଦ୍ରଙ୍କ ଚିକିତ୍ସା ଚାଲିଥିଲା । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ତାଙ୍କୁ ନ୍ୟୁରୋଲୋଜି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କ ବିୟୋଗରେ ଉତ୍ତରପ୍ରଦେଶ ସରକାର ଶୋକ ବ୍ୟକ୍ତ କରିଛନ୍ତି । ହସପିଟାଲ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି କି, ଅଯୋଧ୍ୟା ରାମମନ୍ଦିରର ମୁଖ୍ୟ ପୂଜାରୀ ଶ୍ରୀ ସତ୍ୟେନ୍ଦ୍ର ଦାସ ଆଉ ନାହାନ୍ତି । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଚାର୍ୟ୍ୟ ସତ୍ୟେନ୍ଦ୍ର ନାଥଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପରମ ରାମଭକ୍ତ, ଶ୍ରୀ ରାମ ଜନ୍ମଭୂମି ମନ୍ଦିରର, ଶ୍ରୀ ଅଯୋଧ୍ୟା ଧାମର ମୁଖ୍ୟ ପୂଜାରୀ ଆଚାର୍ୟ୍ୟ ଶ୍ରୀ ସତ୍ୟେନ୍ଦ୍ର କୁମାର ଦାସଜୀ ମହାରାଜଙ୍କ ନିଧନରେ ଅତ୍ୟନ୍ତ ଦୁଃଖିତ ଏବଂ ସାମାଜିକ ଏବଂ ଆଧ୍ୟାତ୍ମିକ ଜଗତ ପାଇଁ ଅପୂରଣୀୟ କ୍ଷତି । ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ।
ରାମ ମନ୍ଦିରର ମୁଖ୍ୟ ପୂଜକଙ୍କ ପରଲୋକ

Facebook
Twitter
LinkedIn
Facebook
Twitter
LinkedIn
Recent News
ଶାଶ୍ୱତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ
ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ । ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡକୋ ଅଧ୍ୟକ୍ଷ ଭାବେ ମଧ୍ୟ...
ଜନ୍ମବେଦୀକୁ ଯିବେ ଶ୍ରୀଜିଉ
ପୁରୀ : ଆଉ କିଛି ସମୟ ପରେ ଶ୍ରୀଜିଉଙ୍କ ଆଡପ ମଣ୍ଡପ ବିଜେ । ଅଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି । ଗୋଟି ପହଣ୍ଡିରେ ଜନ୍ମବେଦୀକୁ...
ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ
ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ
ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...