କଳାହାଣ୍ଡି : କୁଡିଆ ଘରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ । ଏପରି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତାଳବୋରା ଗାଁରେ । କାନ୍ଦୁଲ ଗୁଡିଆରେ ତିଆରି ହୋଇଥିବା ଅସ୍ଥାୟୀ ପାଳ କୁଡିଆରେ ବସାଇ ପାଖ ଜଙ୍ଗଲରେ କାଠ ସଂଗ୍ରହ କରୁଥିଲେ ମାଆ । କିଛି ସମୟ ପରେ ଫେରି ଦେଖିବାବେଳକୁ କୁଡ଼ିଆରେ ନିଆଁ ଲାଗି ଦୁଇ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେମାନଙ୍କ ଚିତ୍କାର ଶୁଣି ମହିଳା ଜଣଙ୍କ ଆସିବା ବେଳକୁ ସବୁକିଛି ସରି ସାରିଥିଲା । ପୁଅଝିଅଙ୍କ ମୃତ୍ୟୁରେ ସ୍ୱାମୀ-ସ୍ତ୍ରୀ ଭାଙ୍ଗି ପଡିଥିବାବେଳେ ଦୁଃଖ ଓ ଶୋକରେ ମ୍ରିୟମାଣ ହୋଇ ସେମାନେ ଗାଁ ମଶାଣିରେ ମୃତ ପୁଅଝିଅଙ୍କ ଶବସଂସ୍କାର କରିଥିବା ଜଣାପଡିଛି । ତେବେ ସରକାରୀ ନିୟମକାନୁନ ବିଷୟରେ ଅଜ୍ଞ ଥିବାହେତୁ ପୋଲିସ ପ୍ରଶାସନକୁ ସେମାନେ ସୂଚନା ଦେଇନାହାନ୍ତି । ଅପରପକ୍ଷରେ ଦୁଇ ନିଷ୍ପାପ ଶିଶୁଙ୍କୁ ହରାଇ ବାପ- ମାଆଙ୍କ ଆଖିରୁ ଲୁହ ଶୁଖୁନଥିବାବେଳେ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।
Views: 24