ନୂଆଦିଲ୍ଲୀ : ୧୫ ପ୍ରତିଶତ ବଢିଲା ବିଅର ଦାମ । ଆଜିଠାରୁ ଅର୍ଥାତ ଫେବୃଆରୀ ୧୧ ତାରିଖ ଠାରୁ ବିଅରର ନୂଆ ଦାମ୍ ପ୍ରଭାବୀ ହୋଇଛି । ବିଅରର ଦାମ୍ ବୃଦ୍ଧି ନିଷ୍ପତ୍ତି ହେବା ଫଳରେ ତାହା ଅନେକ ଲୋକଙ୍କୁ ଶକ୍ତ ଝଟକା ଦେଇଛି । ଏଣିକି ବିଅର କିଣିଲେ ଲୋକଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଗଣିବାକୁ ପଡ଼ିବ । ବିଅର କିଣିଲେ ପୂର୍ବରୁ ଲୋକମାନେ ଯେଉଁ ଟଙ୍କା ଦେଉଥିଲେ, ଏବେ ସେମାନଙ୍କୁ ୧୫ ପ୍ରତିଶତ ଅଧିକ ଅର୍ଥ ନିଜ ପକେଟରୁ ଗଣିବାକୁ ପଡ଼ିବ । ସରକାରଙ୍କ ଏହି ନିଷ୍ପତ୍ତି ଏବେ ଅନେକ ଲୋକଙ୍କ ଅସନ୍ତୋଷର କାରଣ ପାଲଟିଛି ।ସୂଚନା ମୁତାବକ, ତେଲେଙ୍ଗାନା ସରକାର ବିଅରକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଅର ଦାମରେ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ ଅବକାରୀ ନୀତି ଅନୁସାରେ ବିଅରର ସଂଶୋଧନ ଦର ଲାଗୁ କରାଯାଇଛି । ମଦ ବିକ୍ରି ଦ୍ବାରା ରାଜସ୍ବ ବୃଦ୍ଧି କରିବା ଏହି ନିଷ୍ପତ୍ତି ପଛର ଉଦ୍ଦେଶ୍ୟ ରହିଛି । ରାଜ୍ୟ ସରକାର ଅବକାରୀ ଶୁଳ୍କକୁ ସଂଶୋଧନ କରିବା ପରେ ବିଅର ଦାମ୍ ୧୫ ପ୍ରତିଶତ ବୃଦ୍ଧି ଘଟିଛି ।
୧୫ ପ୍ରତିଶତ ବଢିଲା ବିଅର ଦାମ

Facebook
Twitter
LinkedIn
Facebook
Twitter
LinkedIn
Recent News
ଶାଶ୍ୱତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ
ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ । ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡକୋ ଅଧ୍ୟକ୍ଷ ଭାବେ ମଧ୍ୟ...
ଜନ୍ମବେଦୀକୁ ଯିବେ ଶ୍ରୀଜିଉ
ପୁରୀ : ଆଉ କିଛି ସମୟ ପରେ ଶ୍ରୀଜିଉଙ୍କ ଆଡପ ମଣ୍ଡପ ବିଜେ । ଅଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି । ଗୋଟି ପହଣ୍ଡିରେ ଜନ୍ମବେଦୀକୁ...
ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ
ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ
ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...