ନୂଆଦିଲ୍ଲୀ : ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନାଦର । ୨୪ କ୍ୟାରେଟ ସୁନାଦର ୮୭ ହଜାର ୯୩୦ ଟଙ୍କା । ୨୨ କ୍ୟାରେଟ ସୁନାଦର ୮୦ ହଜାର ୬୦୦ ଟଙ୍କା ପାର । ୨୪ କ୍ୟାରେଟ ୮୭୦ ଓ ୨୨ କ୍ୟାରେଟ ସୁନା ୮୦୦ ଟଙ୍କା ବଢିଲା । ସାରା ବିଶ୍ବରେ ବଢ଼ି ବଢ଼ି ଚାଲିଛି ସୁନା ଦର। ଭୁବନେଶ୍ବରରେ ଏବେ ୮୭ ହଜାର ୭୦ ଟଙ୍କା ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ରେକର୍ଡ ୨୯୦୦ ଡଲାରରେ ପହଞ୍ଚିଛି। ଇସ୍ପାତ ଓ ଆଲୁମିନିୟମ୍ ଉପରେ ୨୫ ପ୍ରତିଶତ ଟିକସ ଲଗାଇବାକୁ ଟ୍ରମ୍ପ ଘୋଷଣା କରିବା ପରଠାରୁ ସୁନା ମୂଲ୍ୟ ବଢିବାରେ ଲାଗିଛି। ଦାମ୍ ବଢ଼ିଛି। ଗୋଟିଏ ପଟେ ଟ୍ରମ୍ପଙ୍କ ଶୁଳ୍କ ପ୍ରହାର ଜାରି ରହିଥିବା ବେଳେ ଅନ୍ୟପଟେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବାରୁ ସୁନା ଆମଦାନି ମହଙ୍ଗା ହୋଇଛି। ଏକ ଡଲାର ଦାମ୍ ୮୭ ଟଙ୍କା ୪୩ ପଇସା ସ୍ତରରେ ରହିଛି।
Views: 35