ନୂଆଦିଲ୍ଲୀ : ବିନା ଟେନସନରେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ । ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ସହ ମନର କଥାରେ ମୋଦି । ଚିନ୍ତାମୁକ୍ତ ଓ ଚାପମୁକ୍ତ ରହିବାକୁ କହିଲେ ପ୍ରଧାନମନ୍ତ୍ରୀ । ନିଜ ଉପରେ ବିଶ୍ବାସ ରଖନ୍ତୁ, ବିଶ୍ବାସ ନେତୃତ୍ବ ତିଆରି କରେ । ପରୀକ୍ଷାର୍ଥୀଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟ ବହୁତ ଜରୁରୀ ବୋଲି କହିଛନ୍ତି ମୋଦି । ପରୀକ୍ଷା ଜୀବନରେ ସବୁ କିଛି ନୁହେଁ । ଜ୍ଞାନ ଓ ପରୀକ୍ଷା ଉଭୟ ଅଲଗା ଅଲଗା। ସହଜତାର ସହ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମୋଦି । ସମୟର ସଦୁପଯୋଗ କରିବା ଛାତ୍ରଛାତ୍ରୀ ଶିଖନ୍ତୁ। ଅନେକ ସମୟରେ ନିଜ ସହ କଥା ହେବା ଜରୁରୀ । ରୋଗ ନାହିଁ ଅର୍ଥ ଆମେ ସୁସ୍ଥ ଏହା ବି ଠିକ୍ ନୁହେଁ । ଯଥେଷ୍ଟ ନିଦ୍ରା ସହ ସକାଳର ସୂର୍ୟ୍ୟୋଦୟ ମଧ୍ୟ ସ୍ବାସ୍ଥ୍ୟ ପାଇଁ ହିତକର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
Views: 32