କନ୍ଧମାଳ : ଜଗନ୍ନାଥ ମନ୍ଦିରରୁ ଚୋରି । ପ୍ରାୟ ପନ୍ଦର ଲକ୍ଷରୁ ଉଦ୍ଧ୍ୱର୍ ଅଳଙ୍କାର ଓ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଠାରେ ରହିଛି ଶ୍ରୀ ଜଗନ୍ନାଥଙ୍କ ମନ୍ଦିର । ପ୍ରତି ଦିନ ପରି ମନ୍ଦିରର ବଡ ପଣ୍ଡା ଭୋର ସକାଳ ୫ଟା ସମୟରେ ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଯାଇଥିଲେ । ଏହି ସମୟରେ ମନ୍ଦିର ଭିତରେ ଦାନ ହୁଣ୍ଡି ବାକ୍ସ ନଥିବା ଦେଖିଥିଲେ ପୂଜକ । ପରେ ମନ୍ଦିରର ମୁଖ୍ୟ କବାଟ ତାଲା ଭାଙ୍ଗି ସିଂହାସନରେ ରହିଥିବା ତିନି ଠାକୁରଙ୍କ ଚିତା ଓ ସୁନା ଅଳଙ୍କାର ନଥିବା ଦେଖି ମୂଖ୍ୟ ପୂଜକ ସ୍ତବ୍ଧ ହୋଇ ପଡିଥିଲେ । ଏସବୁ ଦେଖିବା ପରେ ପୂଜକ ତୁରନ୍ତ ମନ୍ଦିର ସଭାପତି ଓ ମନ୍ଦିର ପରିଚାଳନା କମିଟର ସମସ୍ତ ସଦସ୍ୟଙ୍କୁ ଜଣାଇଥିଲେ । ମନ୍ଦିରରୁ ଚୋରି ଘଟଣାକୁ ନେଇ ଫୁଲବାଣୀ ଟାଉନ୍ ଥାନାରେ ପରିଚାଳନା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । ଅଭିଯୋଗ କ୍ରମେ ଫୁଲବାଣୀ ଟାଉନଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମନ୍ଦିରର ମୁଖ୍ୟ ତାଲା ଭାଙ୍ଗି ଥିବା ଓ ଭକ୍ତଙ୍କ ଦାନ ହୁଣ୍ଡି ବାକ୍ସର ତାଲାକୁ ଭାଙ୍ଗି ମନ୍ଦିର ପଛପଟେ ପକାଇଥିବା ଘଟଣା ଦେଖି ସନ୍ଧାନୀ କୁକୁରର ସହାୟତା ନେଇ ଘଟଣାର ଛାନଭିନ୍ କରି ତଦନ୍ତ ଜାରି ରଖିଛନ୍ତି ।
ଜଗନ୍ନାଥ ମନ୍ଦିରରୁ ଚୋରି, ତଦନ୍ତ କରୁଛି ପୋଲିସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











