କନ୍ଧମାଳ : ଜଗନ୍ନାଥ ମନ୍ଦିରରୁ ଚୋରି । ପ୍ରାୟ ପନ୍ଦର ଲକ୍ଷରୁ ଉଦ୍ଧ୍ୱର୍ ଅଳଙ୍କାର ଓ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଠାରେ ରହିଛି ଶ୍ରୀ ଜଗନ୍ନାଥଙ୍କ ମନ୍ଦିର । ପ୍ରତି ଦିନ ପରି ମନ୍ଦିରର ବଡ ପଣ୍ଡା ଭୋର ସକାଳ ୫ଟା ସମୟରେ ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଯାଇଥିଲେ । ଏହି ସମୟରେ ମନ୍ଦିର ଭିତରେ ଦାନ ହୁଣ୍ଡି ବାକ୍ସ ନଥିବା ଦେଖିଥିଲେ ପୂଜକ । ପରେ ମନ୍ଦିରର ମୁଖ୍ୟ କବାଟ ତାଲା ଭାଙ୍ଗି ସିଂହାସନରେ ରହିଥିବା ତିନି ଠାକୁରଙ୍କ ଚିତା ଓ ସୁନା ଅଳଙ୍କାର ନଥିବା ଦେଖି ମୂଖ୍ୟ ପୂଜକ ସ୍ତବ୍ଧ ହୋଇ ପଡିଥିଲେ । ଏସବୁ ଦେଖିବା ପରେ ପୂଜକ ତୁରନ୍ତ ମନ୍ଦିର ସଭାପତି ଓ ମନ୍ଦିର ପରିଚାଳନା କମିଟର ସମସ୍ତ ସଦସ୍ୟଙ୍କୁ ଜଣାଇଥିଲେ । ମନ୍ଦିରରୁ ଚୋରି ଘଟଣାକୁ ନେଇ ଫୁଲବାଣୀ ଟାଉନ୍ ଥାନାରେ ପରିଚାଳନା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । ଅଭିଯୋଗ କ୍ରମେ ଫୁଲବାଣୀ ଟାଉନଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମନ୍ଦିରର ମୁଖ୍ୟ ତାଲା ଭାଙ୍ଗି ଥିବା ଓ ଭକ୍ତଙ୍କ ଦାନ ହୁଣ୍ଡି ବାକ୍ସର ତାଲାକୁ ଭାଙ୍ଗି ମନ୍ଦିର ପଛପଟେ ପକାଇଥିବା ଘଟଣା ଦେଖି ସନ୍ଧାନୀ କୁକୁରର ସହାୟତା ନେଇ ଘଟଣାର ଛାନଭିନ୍ କରି ତଦନ୍ତ ଜାରି ରଖିଛନ୍ତି ।
ଜଗନ୍ନାଥ ମନ୍ଦିରରୁ ଚୋରି, ତଦନ୍ତ କରୁଛି ପୋଲିସ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...