କେବଳ ପାଚିଲା କଦଳୀ ନୁହେଁ କଞ୍ଚା କଦଳୀ ମଧ୍ୟ ଶରୀର ପାଇଁ ଭଲ । କଞ୍ଚା କଦଳୀ ସ୍ୱାସ୍ଥ୍ୟ ପାଇଁ ବହୁତ ଗୁଣକାରୀ ହୋଇଥାଏ । ସାଧାରଣତଃ ପାଚିଲା କଦଳୀ ତ ସମସ୍ତଙ୍କ ଘରେ ମିଳିଯାଇଥାଏ କିନ୍ତୁ କଞ୍ଚା କଦଳୀ ଖାଉଥିବା ଲୋକେ ବହୁତ କମ୍ ଥାଆନ୍ତି । କଞ୍ଚା କଦଳୀର ଫାଇଦା ବିଷୟରେ ଥରେ ଯଦି ଆପଣ ଜାଣିବେ ତାହେଲେ ଆପଣ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯିବେ । ତାହାଲେ ଆସନ୍ତୁ ଜାଣିବା କଞ୍ଚା କଦଳୀର ଫାଇଦା । କିଛି ପରିବା ଋତୁ ଜନିତ ହୋଇଥାନ୍ତି । ଯାହା ଏକ ନିର୍ଦ୍ଧିଷ୍ଟ ଋତୁରେ ହିଁ ଖାଇବାକୁ ବି ଭଲ ଲାଗିଥାଏ ଆଉ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । କିନ୍ତୁ ବର୍ଷସାରା ମିଳୁଥିବା ପରିବା ବି ଦେହ ପାଇଁ ବହୁ ହିତକର ହୋଇଥାଏ । ଯେଉଁଥିରେ କଞ୍ଚା କଦଳୀ ହେଉଛି ଅନ୍ୟତମ । ବର୍ଷସାରା ମିଳୁଥିବା କଦଳୀ ଅନେକ ଔଷଧୀୟ ଗୁଣରେ ଭରପୁର ହୋଇଥାଏ । ଓଜନ କମାଇବାରୁ ଆରମ୍ଭ କରି ଡାଏବେଟିସ୍ ଏବଂ ଡାଇରିଆ ସମସ୍ୟାକୁ ମଧ୍ୟ କମ୍ କରିବାରେ ରାମବାଣ ଭଳି କାମ କରେ କଞ୍ଚା କଦଳୀ । ତେବେ ଆସନ୍ତୁ କଞ୍ଚାକଦଳୀର ଉପକାରିତା ବିଷୟରେ ଜାଣିବା ।କଞ୍ଚା କଦଳୀରେ ପ୍ରଚୁର ପରିମାଣର ପୋଟାସିୟମ ଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକାରୀ କ୍ଷମତାକୁ ବଢାଇବାରେ ସାହାଯ୍ୟ କରେ । ଓଜନ ହ୍ରାସ କରିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କୁ ପ୍ରତିଦିନ ଗୋଟିଏ କଦଳୀ ଖାଇବା ପାଇଁ ଉପଦେଶ ଦିଆଯାଏ । କଞ୍ଚା କଦଳୀରେ ଭରପୁର ମାତ୍ରାରେ ଫାଇବର ଥାଏ, ଯାହା ଅନାବଶ୍ୟକ ମେଦକୁ ଦୂର କରିବାରେ ସାହାଯ୍ୟ କରିଥାଏ ।ଯଦି ଆପଣ କୋଷ୍ଠକାଠିନ୍ୟ ରୋଗରେ ପୀଡିତ ଅଛନ୍ତି ତେବେ କଞ୍ଚା କଦଳୀ ଖାଇଲେ ଆପଣ ଏହି ସମସ୍ୟାରୁ ରକ୍ଷା ପାଇପାରିବେ ।
ଓଜନ କମାଇବ କଞ୍ଚା କଦଳୀ, ନିଶ୍ଚିତ ଡାଏଟରେ ସାମିଲ କରନ୍ତୁ….

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...