The Ultimate Managed Hosting Platform
ADVERTISEMENT

ପୁଅର କାଠଫାଳିଆ ମାଡରେ ଚାଲିଗଲା ବାପାର ପ୍ରାଣ !

Facebook
Twitter
LinkedIn

ଯୋଡା : ପୁଅର କାଠଫାଳିଆ ମାଡରେ ଚାଲିଗଲା ବାପାର ଜୀବନ । କେନ୍ଦୁଝର ଜିଲ୍ଲା ଯୋଡ଼ାସ୍ଥିତ ବାଂଶପାଣି ନିକଟ ଟୋଲ ଗେଟ ବସ୍ତିରେ ଗତକାଲି ରାତ୍ରିରେ ପୁଅର କାଠଫାଳିଆ ମାଡ଼ରେ ବାପାର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଉଛି ଅଜୟ ସେଠୀ (୫୦)। ପୁଲିସ ଏହି ଘଟଣାରେ ପୁଅ ବିକାଶ ସେଠୀକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ପୁଅ ବିକାଶ ଜଣେ ଯୁବତୀକୁ ବିବାହ କରିବାକୁ ସବୁବେଳେ ଜିଦ୍ ଧରି ବସୁଥିଲେ। କାମଧନ୍ଦା କରିବା ପରେ ବାହା ହେବା ପାଇଁ ବାପା ତାଙ୍କୁ ପରାମର୍ଶ ଦେଉଥିଲେ। ଏହି ଘଟଣାକୁ ନେଇ ବାପା ପୁଅଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଗତକାଲି ଏପରି ଝଗଡ଼ା ହେବା ପରେ ବିକାଶ ଉତ୍ତ୍ୟକ୍ତ ହୋଇ ବାପାଙ୍କୁ କାଠ ଫାଳିଆରେ ମାଡ଼ ମାରିଥିଲା। ପୁଅର ମାଡ଼ରେ ବାପା ଅଜୟ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଟାଟାଷ୍ଟିଲ ଡାକ୍ତରଖାନାକୁ ନିଆ ଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତକ ଅଜୟ ସେଠୀଙ୍କ ପତ୍ନୀ ଗୁରୁବାରି ସେଠୀ ଯୋଡ଼ା ଥାନାରେ ଅଭିଯୋଗ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login